ବିଶ୍ବ ଐତିହ୍ୟ, ରିସ୍‌କୋ କାଇଦୋ

ଚଳିତ ବର୍ଷ ଜୁଲାଇରେ ହିଁ ସ୍ପେନ୍‌ ଅନ୍ତର୍ଗତ ଗ୍ରାନ୍‌ କାନାରିଆରେ ଥିବା ରିସ୍‌କୋ କାଇଦୋକୁ ବିଶ୍ବ ଐତିହ୍ୟ ତାଲିକାଭୁକ୍ତ କରାଯାଇଥିଲା। ରିସ୍‌କୋ କାଇଦୋରେ ଥିବା ଗୁମ୍ଫାଗୁଡ଼ିକ ଏକଦା ଆଦିମ ଅଧିବାସୀଙ୍କ ବାସସ୍ଥାନ ଥିଲା। ସେଥିରୁ କେତୋଟି ଗୁମ୍ଫାକୁ ଧର୍ମ ସ୍ଥଳୀ ଭାବେ ବ୍ୟବହାର କରାଯାଉଥିଲା। ସେଠାରେ ବଡ଼ ବଡ଼ ଖମାର ବା ଶସ୍ୟ ଭଣ୍ତାର ଥିବାର ପ୍ରମାଣ ମଧ୍ୟ ମିଳିଛି। ରିସ୍‌କୋ କାଇଦୋ ଆବିଷ୍କାର କରିଥିଲେ ଜୁଲିଓ କୁଏନ୍‌ସା। ନିଜର ଆବିଷ୍କାରକୁ ନେଇ ସେ ଏକ ପ୍ରବନ୍ଧ ରଚନା କରିଥିଲେ। ଆଦିମ ଅଧିବାସୀମାନେ ସ୍ଥାନଟିର ଏକ ଅ˚ଶକୁ ଗ୍ରହ-ନକ୍ଷତ୍ରାଦି ପର୍ଯ୍ୟବେକ୍ଷଣ ଗୃହ ଭାବେ ବ୍ୟବହାର କରୁଥିବା ଜୁଲିଓ ଲେଖିଥିଲେ। ତେବେ, ଏହାକୁ ନେଇ ଏବର ବିଜ୍ଞାନୀ-ଗବେଷକଙ୍କ ମଧ୍ୟରେ ସ˚ଶୟ ରହିଛି। ରିସ୍‌କୋ କାଇଦୋର ଆଦିମ ଅଧିବାସୀମାନେ ଉତ୍ତର ଆଫ୍ରିକୀୟ ବର୍ବର‌୍‌ ସ˚ପ୍ରଦାୟର ଥିବା ବିଶ୍ବାସ କରାଯାଏ। କାନାରି ଦ୍ବୀପପୁଞ୍ଜକୁ ହିସ୍‌ପାନିକ୍‌ମାନଙ୍କର ଆଗମନ ପୂର୍ବରୁ ସେମାନେ ବାସ କରୁଥିଲେ। ପଞ୍ଚଦଶ ଶତାବ୍ଦୀରେ ସେଠାରେ ସ୍ପାନିସ୍‌ ବସତିମାନ ଗଢ଼ିଉଠିଥିଲା।

ସମ୍ବନ୍ଧିତ ଖବର