ଆଜି ‘ବିଶ୍ବ ବୌଦ୍ଧିକ ସମ୍ପତ୍ତି ଦିବସ’। ବିଶେଷ କରି ଉଦ୍ଭାବନ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବାରେ ବୌଦ୍ଧିକ ସମ୍ପତ୍ତି (ଆଇନ) ଅଧିକାରର ଭୂମିକା ସମ୍ପର୍କରେ ଜାଣିବା ପାଇଁ ବିଶ୍ବ ବୌଦ୍ଧିକ ସମ୍ପତ୍ତି ସଂଘ (ଵାଇପୋ) ପକ୍ଷରୁ ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି। ସୂଚନାଯୋଗ୍ୟ, ଵାଇପୋ ହେଉଛି ଜାତିସଂଘର ଏକ ସ୍ବତନ୍ତ୍ର ସଂସ୍ଥା ଯାହା ସୁଲଭ ଅନ୍ତର୍ଜାତୀୟ ବୌଦ୍ଧିକ ସମ୍ପତ୍ତି (ଆଇପି) ବ୍ୟବସ୍ଥାର ବିକାଶ ପାଇଁ ସମର୍ପିତ। ଏହା ସୃଜନଶୀଳତାକୁ ପୁରସ୍କୃତ କରିବା ସହ ନବସୃଜନକୁ ପ୍ରୋତ୍ସାହିତ କରିଥାଏ ଏବଂ ଜନସାଧାରଣଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ସହ ଆର୍ଥିକ ବିକାଶରେ ଯୋଗଦାନ କରିଥାଏ। ତେବେ ଏକ ବ୍ୟାବସାୟିକ/ଆଇନଗତ ପରିକଳ୍ପନା ଭାବରେ ଆଇପି ଓ ଲୋକଙ୍କ ଜୀବନରେ ତାହାର ପ୍ରାସଙ୍ଗିକତା ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବା ଲାଗି ବାର୍ଷିକ ବିଶ୍ବ ବୌଦ୍ଧିକ ଦିବସ ପାଳନ କରିବାକୁ ଵାଇପୋ ୨୦୦୦ରେ ନିଷ୍ପତ୍ତି ନେଇଥିଲା। ୧୯୭୦ ଏପ୍ରିଲ ୨୬ରେ ଵାଇପୋ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହୋଇଥିବାରୁ ସେହି ଦିନ ଏହି ଦିବସ ପାଳନ କରାଯାଉଛି।
ବିଶ୍ବ ଆଇପି ଦିବସକୁ ଗୁରୁତ୍ବ ଦେଉଥିବା କାର୍ଯ୍ୟାବଳି, ଘଟଣାସମୂହ ଓ ପ୍ରଚାରଗୁଡ଼ିକ ଜନସାଧାରଣଙ୍କୁ ବୌଦ୍ଧିକ ସମ୍ପତ୍ତିର ପ୍ରକୃତ ଅର୍ଥ କ’ଣ, ତାହା ବୁଝାଇବା ପାଇଁ ପ୍ରୟାସ କରିଥାଏ। ବୌଦ୍ଧିକ ସମ୍ପତ୍ତି ଅଧିକାର କେବଳ ସଂଗୀତ, କଳା ଓ ମନୋରଞ୍ଜନ କ୍ଷେତ୍ରକୁ ନୁହେଁ, ବରଂ ବିଶ୍ବକୁ ଆକାର ଦେବାରେ ସହାୟକ ହେଉଥିବା ସମସ୍ତ ଉତ୍ପାଦ ଓ ବୈଷୟିକ ନବସୃଜନକୁ ପ୍ରୋତ୍ସାହିତ କରିଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି ‘ମହିଳା ଓ ବୌଦ୍ଧିକ ସମ୍ପତ୍ତି: ନବୋନ୍ମେଷ ଓ ସୃଜନଶୀଳତାକୁ ତ୍ବରାନ୍ବିତ କରିବା’। ବିଶ୍ବବ୍ୟାପୀ ମହିଳା ଉଦ୍ଭାବକ, ସୃଜନୀ ଓ ଉଦ୍ୟୋଗୀମାନଙ୍କର ‘ମୁଁ କରିପାରିବି’ ମନୋଭାବ ଏବଂ ସେମାନଙ୍କର ମୌଳିକ କାର୍ଯ୍ୟକୁ ଉତ୍ସାହିତ କରିବାକୁ ଏହି ପ୍ରସଙ୍ଗ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/k465fhkhk.jpg)