‘ଜାତି ସ˚ଘ’ ଓ ‘ବିଶ୍ୱ ସ୍ୱାସ୍ଥ୍ୟ ସ˚ସ୍ଥା’ର ଅନୁମୋଦନକ୍ରମେ ‘ଓ୍ୱାର୍ଲ୍ଡ ଫେଡେରେସନ୍ ଅଫ୍ ମେଣ୍ଟାଲ୍ ହେଲ୍ଥ’ ଆନୁକୂଲ୍ୟରେ ୧୯୯୨ରୁ ପ୍ରତି ବର୍ଷ ଅକ୍ଟୋବର୍ ୧୦ ତାରିଖରେ ‘ମାନସିକ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଉଛି। ସଭ୍ୟତାର ଅଗ୍ରଗତି ସହ ମଣିଷଠାରେ ମାନସିକ ରୋଗ ବଢ଼ୁଛି। ପାଶ୍ଚାତ୍ୟ ଦୁନିଆରେ ଏହି ସମସ୍ୟା ଅଧିକ। ସ˚ପ୍ରତି ସାରା ବିଶ୍ୱର ୨୦ ପ୍ରତିଶତ ଅପ୍ରାପ୍ତବୟସ୍କ ବିଭିନ୍ନ ମାନସିକ ବିକାରର ଶିକାର। ଚଉଦ ବର୍ଷ ପୂରିବା ପୂର୍ବରୁ ମାନସିକ ସମସ୍ୟା ଦେଖାଯାଉଥିବା ଏକ ଅଧ୍ୟୟନ ସୂତ୍ରରୁ ପ୍ରକାଶ। ମାନସିକ ସମସ୍ୟା ଯୋଗୁଁ ବାର୍ଷିକ ଆଠ ଲକ୍ଷ ମଣିଷ ଆତ୍ମହତ୍ୟା କରୁଛନ୍ତି। ସେମାନଙ୍କ ବୟସ ପନ୍ଦରରୁ ଅଣତିରିଶ ଭିତରେ। ଯୁଦ୍ଧ ବିଭୀଷିକା ମାନସିକ ରୋଗ ସୃଷ୍ଟି କରାଉଛି। ପୁଣି, ମାନସିକ ରୋଗ ମଧ୍ୟ ଅନ୍ୟ ରୋଗର କାରଣ ବନୁଛି। ଏହା ଦ୍ୱାରା ମାନବିକ ଅଧିକାର କ୍ଷୁଣ୍ଣ ହେଉଛି। ଏହାର ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଚିକିତ୍ସକ ତଥା ସେବିକା ନାହାନ୍ତି। ଦରିଦ୍ର ଦେଶଗୁଡ଼ିକରେ ପ୍ରତି ଲକ୍ଷେ ମଣିଷଙ୍କ ପାଇଁ ମାତ୍ର ୦.୦୫ ଜଣ ମାନସିକ ରୋଗ ବିଶେଷଜ୍ଞ ଏବ˚ ୦.୪୨ ଜଣ ସେବିକା କାର୍ଯ୍ୟ କରୁଛନ୍ତି। ତେଣୁ, ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବୁଝିବା ସହ ଏ ବାବଦରେ ଜନସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ। ବିଶ୍ୱର ମୋଟ ଶହେ ପଚାଶଟି ଦେଶରେ ଏହି ଦିବସ ପାଳନ କରାଯାଉଛି।
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଆଜି
/sambad/media/post_attachments/wp-content/uploads/2020/10/world-mental-health-day.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)