ପତ୍ନୀ କିପରି ଅସୁନ୍ଦର ଦେଖାଯିବେ ସେଥିପାଇଁ ଏହି ଜନଜାତିର ପୁରୁଷମାନେ କରି ଥାଆନ୍ତି ଏଭଳି କାମ

ନୂଆଦିଲ୍ଳୀ: ଦୁନିଆର ପ୍ରତ୍ୟେକ ମହିଳା ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। କିନ୍ତୁ ମୁର୍ସି ଜନଜାତିର ମହିଳାମାନଙ୍କ କ୍ଷେତ୍ରରେ ଏହାର ଓଲଟି ଦେଖିବାକୁ ମିଳିଥାଏ। ଏହି ଜନଜାତିର ମହିଳାମାନେ ଅସୁନ୍ଦର ଦେଖାଯିବା ପାଇଁ ଯେଉଁଭଳି ଉପାୟ ଆପଣାନ୍ତି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ମୁର୍ସି ଜନଜାତି ଏକ ଆଦିବାସୀ ଜନଜାତି । ମୁର୍ସି ଜନଜାତି ଦକ୍ଷିଣର ଇଥିଓପିଆର ଜଙ୍ଗଲରେ ବସବାସ କରନ୍ତି । ଏହି ଜନଜାତିର ପୁରୁଷମାନେ ମହିଳାମାନଙ୍କୁ ଅସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟଜନକ କାମ କରିଥାଆନ୍ତି । ମହିଳାମାନଙ୍କୁ ଅସୁନ୍ଦର କରିବା ପାଇଁ ପୁରୁଷମାନେ ଓଠରେ ଏକ ଗୋଲାକାର କାଠ ରଖନ୍ତି । ଏହି କାରଣରୁ, ମହିଳାମାନଙ୍କର ଓଠ ଝୁଲି ରହିଥାଏ ।

ତେବେ ଏହି ଜନଜାତିର ମହିଳାମାନଙ୍କ ସ୍ବାମୀମାନଙ୍କ ବିଶ୍ବାସ ରହିଛି ଯେ ଏଭଳି କଲେ ସେମାନଙ୍କ ସ୍ତ୍ରୀ ଅସୁନ୍ଦର ଦେଖାଯିବ। ଆଉ କାହାର ନଜର ପଡ଼ିବ ନାହିଁ। ମହିଳାମାନେ ବି  ବିନା ବାଧାର ଏଭଳି ପରମ୍ପରାକୁ ଆପଣାଇ ନେଇଛନ୍ତି।

ଏହି ଜନଜାତିର ଲୋକମାନେ କାହାକୁ ହତ୍ୟା କରି ଦେଲେ ଗର୍ବ ଅନୁଭବ କରିଥାନ୍ତି । ହତ୍ୟା କରିବା ପାଇଁ ମୁର୍ସି ଜନଜାତି ଅନେକ ବିପଜ୍ଜନକ ଅସ୍ତ୍ର ମଧ୍ୟ ତିଆରି କରିଥାଆନ୍ତି ।

ସମ୍ବନ୍ଧିତ ଖବର