ପେନ୍ଥାରେ ଥିବା ଗୋଟିଏ ଅଙ୍ଗୁରର ମୂଲ୍ୟ ୩୪ ହଜାର ଟଙ୍କା

ନୂଆଦିଲ୍ଲୀ: ଶୀର୍ଷକ ‘ପେନ୍ଥାରେ ଥିବା ଗୋଟିଏ ଅଙ୍ଗୁରର ମୂଲ୍ୟ ୩୪ ହଜାର ଟଙ୍କା’ ପଢ଼ି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେଣି। ଆଉ ମନେମନେ ଭାବି ସାରିବେଣି କ’ଣ ଗୋଟାଏ ଅଙ୍ଗୁର ଖାଇବାକୁ ହେଲେ ୩୪ ହଜାର ଟଙ୍କା ଦେବାକୁ ପଡ଼ିବ। ଆଜ୍ଞା ହଁ, ଗୋଟାଏ ଅଙ୍ଗୁର ମୂଲ୍ୟ ୩୪ହଜାର ଟଙ୍କା ଥିବା ବେଳେ ୨୬ଟି ଅଙ୍ଗୁର ଥିବା ଏକ ପେନ୍ଥାର ମୂଲ୍ୟ ୯ଲକ୍ଷ ଟଙ୍କା ରହିଛି।

‌ତେବେ ଏହି ଅଙ୍ଗୁର ଦୁର୍ଲଭ ପ୍ରଜାତିର ହୋଇଥିବାରୁ ଏହାକୁ ଖିଆ ଯିବା ବଦଳରେ ଅଧିକରୁ ଅଧିକ ଟଙ୍କାରେ ଏହାକୁ ନିଲାମ କରାଯାଏ। ଏହି ସ୍ବତନ୍ତ୍ର ଅଙ୍ଗୁରର ନାମ ରୁବି ରୋମନ ରଖାଯାଇଛି। ଏହାକୁ ଜାପାନର ଇସିକାୱାରେ ଉତ୍ପାଦନ କରାଯାଏ।

ଅଙ୍ଗୁରର ଆକାର ଦେଖିବାକୁ ଗଲେ ଏହା ସାଧାରଣ ଅଙ୍ଗୁର ଠାରୁ ୪ଗୁଣା  ବଡ଼ ଏବଂ ଅଧିକ ମିଠା ହେବା ସହିତ ଏହାର ରସ ବି ଅନ୍ୟ ଅଙ୍ଗୁରମାନଙ୍କ ଠାରୁ ପ୍ରଚୁର ବାହାରିଥାଏ। ଏହା ଜାପାନରେ ସବୁଠାରୁ ଦାମିକା ସାମଗ୍ରୀ ସହିତ ତୁଳନା କରାଯାଏ। ସେଠାରେ ଲୋକମାନେ ଏହି ଅଙ୍ଗୁରକୁ ନିଜର ଅତି ନିକଟତର ଅତିଥିଙ୍କୁ ଉପହାର ଦେଇଥାଆନ୍ତି। ଏଥିସହିତ  ବିବାହ, ଜନ୍ମଦିନ ଆଦି କାର୍ଯ୍ୟକ୍ରମରେ ଏହି ଅଙ୍ଗୁରକୁ ସ୍ବତନ୍ତ୍ର ଉପହାର ଭାବେ ଲୋକେ ବ୍ୟବହାର କରିଥାଆନ୍ତି। ସେଠାରେ ଏହି ଦାମିକା ଅଙ୍ଗୁରର ବି ଭଲ ଚାହିଦା ରହିଛି।

ସମ୍ବନ୍ଧିତ ଖବର