ବିଶ୍ବ ସମୁଦ୍ର ଦିବସ ଆଜି

ପ୍ରତି ବର୍ଷ ଜୁନ୍ ୮ ତାରିଖକୁ ବିଶ୍ବ ସମୁଦ୍ର ଦିବସ ଭାବେ ପାଳନ କରାଯାଉଛି। ୧୯୯୨ରେ ବ୍ରାଜିଲରେ ଅନୁଷ୍ଠିତ ପୃଥିବୀ ଶିଖର ସମ୍ମିଳନୀରେ କାନାଡାର ‘ଇଣ୍ଟର୍‍ନେସ୍‍ନାଲ୍ ସେଣ୍ଟର୍ ଫର୍ ଓସନ୍ ଡେଭେଲୋପମେଣ୍ଟ’ ଓ ‘ଓସନ୍ ଇନ୍‍ଷ୍ଟିଚ୍ୟୁଟ୍ ଅଫ୍ କାନାଡା’ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ଜାତିସଂଘ ଦ୍ବାରା ଏହି ଦିବସକୁ ୨୦୦୮ରେ ସ୍ବୀକୃତି ମିଳିଥିଲା। ସମୁଦ୍ରର ସୁରକ୍ଷା ଏବଂ ଏଥିରୁ ମିଳୁଥିବା ସମ୍ବଳର ସୁପରିକଳ୍ପିତ ପରିଚାଳନା ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଏହା ମଣିଷର ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁଁ ସମୁଦ୍ର ଉପରେ ପଡୁଥିବା ପ୍ରଭାବଗୁଡ଼ିକ ସମ୍ପର୍କରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିଥାଏ।

ଏ ବର୍ଷ ସମୁଦ୍ର ଦିବସ ପାଳନର ପ୍ରସଙ୍ଗ ହେଉଛି: ‘ଗ୍ରହର ସମୁଦ୍ର: ସ୍ଥିତି ବଦଳୁଛି’। ସମୁଦ୍ରରେ ଅତି କମ୍‍ରେ ୨୩୬,୮୭୮ ପ୍ରଜାତିର ଜୀବ ବାସ କରନ୍ତି। ଆମେ ଗ୍ରହଣ କରୁଥିବା ଅମ୍ଳଜାନର ୭୦ ପ୍ରତିଶତ ସମୁଦ୍ରରେ ସୃଷ୍ଟି ହୋଇଥାଏ। ପୃଥିବୀର ଅଧିକାଂଶ ଅଞ୍ଚଳ ସମୁଦ୍ର ଦ୍ବାରା ଆଚ୍ଛାଦିତ ହୋଇଥିବା ସତ୍ତ୍ବେ ଆମେ ଏ ପର୍ଯ୍ୟନ୍ତ ସମୁଦ୍ରଗୁଡ଼ିକର ମାତ୍ର ୫% ଅଂଶକୁ ଅଧ୍ୟୟନ କରିଛୁ। ମାନବ ସଭ୍ୟତା ସମୁଦ୍ର ଉପରେ ଖୁବ୍ ନିର୍ଭରଶୀଳ ହୋଇଥିଲେ ହେଁ ସମୁଦ୍ରକୁ ଆମର ଖୁବ୍ କମ୍ ଧ୍ୟାନ ଓ ସମ୍ବଳ ମିଳିଥାଏ। କିନ୍ତୁ ସ୍ଥିତି ବଦଳୁଛି ଏବଂ ସମୁଦ୍ରକୁ ପ୍ରାଧାନ୍ୟ ଦେବା ପାଇଁ ଆହ୍ବାନ କରାଯାଉଛି।

ସମ୍ବନ୍ଧିତ ଖବର