ଅକ୍ଟୋବର୍ ୮ ତାରିଖରେ ପାଳିତ ହୁଏ ‘ବିଶ୍ୱ ଅକ୍ଟୋପସ୍ ଦିବସ’। ଅକ୍ଟୋପସ୍ର ସୃଷ୍ଟି ତିରିଶ କୋଟିରୁ ଅଧିକ ବର୍ଷ ତଳେ ହୋଇଥିଲା; ଅର୍ଥାତ୍, ଏହା ଡାଇନୋସର୍ଠାରୁ ମଧ୍ୟ ପୁରାତନ ପ୍ରାଣୀ। ଏହା ଏକ ଅତି ଚତୁର ପ୍ରାଣୀ। ଏହାର ମସ୍ତିଷ୍କରେ ନ୍ୟୁରନ୍ ସ˚ଖ୍ୟା ପଚାଶ କୋଟିରୁ ଅଧିକ। ଅଦ୍ୟାବଧି ତିନି ଶହ ପ୍ରଜାତିର ଅକ୍ଟୋପସ୍ ଚିହ୍ନଟ କରାଯାଇଛି। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଯାଉଥିବା ଏକ ପ୍ରଜାତିର ଅକ୍ଟୋପସ୍ ଓଜନରେ ତିନି ଶହ କିଲୋଗ୍ରାମ୍ ପର୍ଯ୍ୟନ୍ତ ବଢ଼ିଥାଏ। ଏହି ପ୍ରାଣୀର ହୃତ୍ପିଣ୍ତ ସ˚ଖ୍ୟା ତିନି। ଜନ୍ମ ବେଳେ ଅକ୍ଟୋପସ୍ ଶିଶୁ ଆକାରରେ ଅତି ଛୋଟ (ଉକୁଣି ଆକାରର) ଥାଏ। କୋରିଆନ୍ମାନେ ଜୀବନ୍ତ ଅକ୍ଟୋପସ୍ ଖାଆନ୍ତି। ବ୍ଲୁ-ରି˚ଗ୍ଡ ଅକ୍ଟୋପସ୍ ଅତି ବିଷାକ୍ତ। କାମୁଡ଼ିଲେ ମଣିଷର ମରଣ ନିଶ୍ଚିତ। ଏହାର ବିଷ-ବିରୋଧୀ ଇ˚ଜେକ୍ସନ୍ (ଆଣ୍ଟି-ଭେନମ୍)ନାହିଁ। ଏହି ପ୍ରାଣୀ ଖାଦ୍ୟ ନ ପାଇଲେ, ନିଜ ହାତକୁ କାମୁଡ଼ି ଖାଇଥାଏ। ମାଈ ଅକ୍ଟୋପସ୍ ମିଳନ କାଳରେ ବେଳେ ବେଳେ ଅଣ୍ତିରାକୁ ଖାଇଦିଏ।