‘‘ଅମିତା ଅପା ସହ ମୋର ପ୍ରଥମ ଭେଟ ହୁଏ କଟକରେ ଅନୁଷ୍ଠିତ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ। ୧୯୯୮ କି ୧୯୯୯ ମସିହାର କଥା ଇଏ। ସେବେଠାରୁ ଆମ ଭିତରେ କାହିଁକି କେଜାଣି ଭଲପାଇବା ଓ ବନ୍ଧୁତ୍ବ ଗଢ଼ି ଉଠିଥିଲା। ସମ୍ପର୍କର ଖିଅ କ୍ରମେ ନିବିଡ଼ରୁ ନିବିଡ଼ତର ହୋଇଯାଇଥିଲା। ଏହାପରେ ମୁଁ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ଥିବାବେଳେ ସେ ମଧ୍ୟ ସାମିଲ ହୋଇଯାଇଥିଲେ। ଆମ ସମ୍ପର୍କ ଆହୁରି ଘନିଷ୍ଠ ହେବାରେ ଲାଗିଲା। ଅଭ୍ୟାସ କରିବା ଭିତରେ ଖେଳ କଥା ଆଲୋଚନା କରିବା ବେଳେ ପରସ୍ପରକୁ ପରାମର୍ଶ ଦେଉଥିଲୁ। ପଡ଼ିଆରେ ଭଲ କରିବାକୁ ଏହା ସହାୟକ ହେଉଥିଲା। କ୍ରମେ ଆମ ସମ୍ପର୍କ ଅଠାକାଠି ଭଳି ଯୋଡ଼ି ହୋଇଯାଇଥିଲା।’’
ମଧ୍ୟଦୂରତା ଧାବିକାରୁ ୪୦୦ ମିଟର୍ ବାଧାଦୌଡ଼ାଳି ଭାବେ ନିଜ କ୍ୟାରିୟର୍ ଗଢ଼ିଥିବା ଗୀତାଞ୍ଜଳି ବୟସରେ ସାନ ଥିଲେ। ତେଣେ ସଫଳତା ଦୃଷ୍ଟିରୁ ଅମିତା ସେଠୀ ଆଗକୁ ବଢ଼ିଯାଇଥିଲେ। ରାଜ୍ୟ ପ୍ରତିଯୋଗିତା ପରେ ଜାତୀୟ ପ୍ରତିଯୋଗିତାରେ ଦୁହେଁ ଏକାଠି ଖେଳିବା ସହ ଶେଷରେ ଗୋଟିଏ ସଂସ୍ଥା ବିଏସ୍ଏନ୍ଏଲ୍ରେ ନିଯୁକ୍ତି ପାଇବା ମଧ୍ୟ ସେମାନଙ୍କ ସମ୍ପର୍କକୁ ଆଗକୁ ନେଇଥିଲା।
ଅମିତାଙ୍କ ସହ ବନ୍ଧୁତ୍ବ ସଂପର୍କରେ ପଚାରିବା ପରେ ଏମିତି ଅନେକ କଥା କହିଗଲେ ଗୀତାଞ୍ଜଳି ଜେନା। ମଧ୍ୟଦୂରତା ଧାବିକାରୁ ୪୦୦ ମିଟର୍ ବାଧାଦୌଡ଼ାଳି ଭାବେ ନିଜ କ୍ୟାରିୟର୍ ଗଢ଼ିଥିବା ଗୀତାଞ୍ଜଳି ବୟସରେ ସାନ ଥିଲେ। ତେଣେ ସଫଳତା ଦୃଷ୍ଟିରୁ ଅମିତା ସେଠୀ ଆଗକୁ ବଢ଼ିଯାଇଥିଲେ। ରାଜ୍ୟ ପ୍ରତିଯୋଗିତା ପରେ ଜାତୀୟ ପ୍ରତିଯୋଗିତାରେ ଦୁହେଁ ଏକାଠି ଖେଳିବା ସହ ଶେଷରେ ଗୋଟିଏ ସଂସ୍ଥା ବିଏସ୍ଏନ୍ଏଲ୍ରେ ନିଯୁକ୍ତି ପାଇବା ମଧ୍ୟ ସେମାନଙ୍କ ସମ୍ପର୍କକୁ ଆଗକୁ ନେଇଥିଲା। ବ୍ୟକ୍ତିଗତ ସମ୍ପର୍କ ଘନିଷ୍ଠରୁ ଘନିଷ୍ଠତର ରୂପ ନେବା ପରେ ଦୁଇ ପରିବାର ମଧ୍ୟରେ ଭଲପାଇବା ବି ନିବିଡ଼ ହୋଇଥିଲା। ନିଜ ନିଜର ବୈବାହିକ ଜୀବନର ପ୍ରତିବନ୍ଧକ ହେଉ କି ଭିନ୍ନ ସହରରେ ରହିବା, ଏହି ଦୁଇ ବାଧାଦୌଡ଼ାଳିଙ୍କ ଜୀବନରେ ‘ବନ୍ଧୁତ୍ବ’କୁ କେବେ ବାଧାପ୍ରାପ୍ତ ହେବାକୁ ଦେଇନାହିଁ। ଆହତ ହେବା କାରଣରୁ ଗୀତାଞ୍ଜଳିଙ୍କ ଖେଳ ଜୀବନ ଅଧାରେ ଅଟକିଯାଇଥିଲା। ଏହା ପୂର୍ବରୁ ସେ ୨୦୦୦ରୁ ୨୦୦୫ ମସିହା ମଧ୍ୟରେ ୪୦୦ ମିଟର, ୮୦୦ ମିଟର ଓ ୪୦୦ ମିଟର ବାଧାଦୌଡ଼ରେ ପ୍ରାୟ ଏକ ଡଜନ ପଦକ ଜିତି ସଫଳତାର ପାଦଚିହ୍ନ ଛାଡ଼ିଥିଲେ। ବରିଷ୍ଠ ବର୍ଗର ଫେଡେରେସନ୍ କପ୍ରେ ରିଲେ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ବି ଗୀତାଞ୍ଜଳିଙ୍କୁ ମିଳିଥିଲା। ମୋତେ ସେ ସାନ ଭଉଣୀ ଭଳି ଦେଖୁଥିଲେ ଓ ଯତ୍ନ ବି କରୁଥିଲେ ବୋଲି ଗୀତାଞ୍ଜଳି କହିଛନ୍ତି।
କୁହାଯାଏ ଜୀବନରେ ଭଲ ବନ୍ଧୁଟିଏ ଥିଲେ ବିପଦଆପଦରେ ସାହା ହୋଇଥାଏ। ଭଲମନ୍ଦରେ ପାଖରେ ଛିଡ଼ା ହୋଇଥାଏ। ପୁଣି ନିଃସ୍ବାର୍ଥ ସ୍ନେହଶ୍ରଦ୍ଧା ଭିତରେ ବନ୍ଧୁତ୍ବର ବନ୍ଧନ ଆହୁରି ଦୃଢ଼ହୁଏ। ‘ଶ୍ରେଷ୍ଠ ବନ୍ଧୁ ଦିବସ’ ଅବସରରେ ଆସନ୍ତୁ ଓଡ଼ିଶାର ଦୁଇ ମହିଳା ଖେଳାଳିଙ୍କ ବନ୍ଧୁତ୍ବର କଥା ଆଲୋଚନା କରିବା, ଯେଉଁମାନେ କେବଳ ପଡ଼ିଆ ଭିତରେ ନୁହେଁ, ପଡ଼ିଆ ବାହାରେ ବି ପରସ୍ପରର ଭଲ ବାନ୍ଧବୀ ଭାବେ ଚର୍ଚ୍ଚିତ। ବାଧାଦୌଡ଼ର ଏହି ବାନ୍ଧବୀ ଯୋଡ଼ି ହେଲେ ଗୀତାଞ୍ଜଳି ଜେନା ଓ ଅମିତା ସେଠୀ। ସାଧାରଣ ଜୀବନ, ଖେଳ ଜୀବନ ଓ ପାରିବାରିକ ଜୀବନରେ ପ୍ରଗାଢ଼ ବନ୍ଧୁତ୍ବକୁ ବଜାୟ ରଖି ଏହି ଯୋଡ଼ି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
କିଛିଦିନ ଭୁବନେଶ୍ବରରେ ଏକାଠି ବିଏସ୍ଏନ୍ଏଲ୍ରେ କାମ କରିବା ପରେ ଅମିତା ଏବେ ମିରଟ୍ରେ ରହୁଛନ୍ତି। ଦେଶର ଅନ୍ୟତମ ଶ୍ରେଷ୍ଠ ଧାବକ ବିଶାଲ ସାକ୍ସେନାଙ୍କୁ ବିବାହ କରିଛନ୍ତି। ରାଉରକେଲାରେ ଜନ୍ମିତ ଅମିତା ୧୦୦ ମିଟର ବାଧାଦୌଡ଼ରେ ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ଅନୁରାଧା ବିଶ୍ବାଳଙ୍କ ପଦାଙ୍କ ଅନୁସରଣ କରି ଢେର୍ କିଛି ବାଟ ଆଗେଇ ଯାଇଥିଲେ। ରାଜ୍ୟରେ ୧୦ ଥର କନିଷ୍ଠ ବର୍ଗରେ ଏବଂ ୩ ଥର ବରିଷ୍ଠ ବର୍ଗରେ ବିଜୟିନୀ ହୋଇଥିଲେ। ଜାତୀୟ ସ୍ତରରେ ୩ ଥର ଜାତୀୟ ମହିଳା କ୍ରୀଡ଼ା ମହୋତ୍ସବରେ ସ୍ବର୍ଣ୍ଣ, ଜାତୀୟ ଓପନ୍ ମିଟ୍ରୁ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ, ଫେଡେରେସନ୍ କପ୍ ଓ ଅନ୍ତଃରାଜ୍ୟ ମିଟ୍ରୁ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତିଥିଲେ। ୨୦୦୪ ମସିହାରେ ସିଙ୍ଗାପୁରରେ ଅନୁଷ୍ଠିତ ଏସୀୟ ଅଲ୍ ଷ୍ଟାର୍ ଆଥ୍ଲେଟିକ୍ସ ମିଟ୍ରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ ସେ। କ୍ରୀଡ଼ା କୋଟାରେ ବିଏସ୍ଏନ୍ଏଲ୍ ତାଙ୍କୁ ନିଯୁକ୍ତି ଦେଇଥିଲା। ବିଶାଲଙ୍କୁ ବିବାହ କରିବା ସହ ସେ ଦେଶର ଅନ୍ୟତମ ସେଲିବ୍ରିଟି ସ୍ପୋର୍ଟସ କପଲ୍ ଭାବେ ଗଣା ହୋଇଛନ୍ତି। ବନ୍ଧୁତ୍ବକୁ ନେଇ ଅମିତା କହନ୍ତି, ‘‘ଗୀତା ଓ ମୋ ମଧ୍ୟରେ ସମ୍ପର୍କ’କୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ଆମ ଭଲପାଇବା କାହାରି ନଜରରେ ନ ଲାଗୁ।’’ ଉଭୟ ପୂର୍ବରୁ ଗଢ଼ିଥିବା ‘ଗୀତା ଅମିତା ଏକାଡେମି’ ପୁଣି କାମ କରିବ। ପ୍ରଶିକ୍ଷଣ ମାଧ୍ୟମରେ ଖେଳାଳି ଗଢ଼ିବା କାମ ଉଭୟ କରୁଛୁ। ମୁଁ ମିରଟରେ ଏବଂ ସେ ଭୁବନେଶ୍ବରରେ ଏହା କରୁଛି। ଏବେ ଆମେ ଜାତୀୟ ସ୍ତରରେ ଏକ ସ୍ପୋର୍ଟସ୍ ଗାର୍ମେଣ୍ଟ୍ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛୁ ବୋଲି ମଧ୍ୟ ଅମିତା ‘ରବିବାର ସମ୍ବାଦ’ ସହ କଥା ହେବାବେଳେ ସୂଚନା ଦେଇଛନ୍ତି।