ଆଜି ସର୍ବତ୍ର ‘ବିଶ୍ବ ପ୍ରେସ ସ୍ବାଧୀନତା ଦିବସ’ ପାଳନ କରାଯାଉଛି। ଅଭିବ୍ୟକ୍ତିର ସ୍ବାଧୀନତାକୁ ଗୁରୁତ୍ବାରୋପ କରିବା ପାଇଁ ୟୁନେସ୍କୋ ସାଧାରଣ ସଭାର ଅନୁମୋଦନ କ୍ରମେ ଜାତିସଂଘ ସାଧାରଣ ପରିଷଦ ପକ୍ଷରୁ ୧୯୯୩ ମସିହାରୁ ଏହି ଦିବସ ପାଳନ କରାଯାଇ ଆସୁଛି। ଏ ଅବସରରେ ସମଗ୍ର ବିଶ୍ବରେ ଏକ ମୁକ୍ତ ପ୍ରେସ ଓ ଅଭିବ୍ୟକ୍ତିର ସ୍ବାଧୀନତା ହାସଲ ଦିଗରେ ଉଲ୍ଲେଖନୀୟ ପ୍ରଗତି ଦେଖାଯାଇଛି। ଅନେକ ଦେଶରେ ସ୍ବାଧୀନ ଗଣମାଧ୍ୟମର ପ୍ରଚାର ଓ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ଉତ୍ଥାନ ସୂଚନାର ମୁକ୍ତ ପ୍ରବାହକୁ ସକ୍ଷମ କରିପାରିଛି। ମାତ୍ର ଗଣମାଧ୍ୟମର ସ୍ବାଧୀନତା, ସାମ୍ବାଦିକଙ୍କ ସୁରକ୍ଷା ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି, ଯାହା ଅନ୍ୟାନ୍ୟ ମାନବାଧିକାରଗୁଡ଼ିକୁ ପ୍ରଭାବିତ କରୁଛି।
ଅନ୍ତର୍ଜାତୀୟ ସମୁଦାୟ ସମ୍ପ୍ରତି ବିଭିନ୍ନ ସଂକଟର ସମ୍ମୁଖୀନ ହେବାରେ ଲାଗିଛି। ଏଥି ସହିତ ଅପପ୍ରଚାର ଏବଂ ଅନ୍ଲାଇନ୍ରେ ଓ ଅଫ୍ଲାଇନ୍ରେ ଦୁଷ୍ପ୍ରଚାର ବୃଦ୍ଧି ପାଉଛି ଯାହା ଗଣତନ୍ତ୍ର, ଆଇନର ଶାସନ ଓ ମାନବିକ ଅଧିକାର ଉପରେ ଗୁରୁତର ପ୍ରଭାବ ପକାଉଛି। ଏଭଳି ଜଟିଳ ପରିସ୍ଥିତି ଓ ବିପଦର ମୁକାବିଲା କରିବା ପାଇଁ ପ୍ରେସ ସ୍ବାଧୀନତା, ସାମ୍ବାଦିକଙ୍କ ସୁରକ୍ଷା ଓ ସୂଚନାର ଉପଲବ୍ଧତାକୁ କେନ୍ଦ୍ରସ୍ଥଳରେ ରଖାଯାଇଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି- ‘ଭବିଷ୍ୟତର ଅଧିକାରମାନଙ୍କ ବିନ୍ୟାସ: ଅନ୍ୟ ସମସ୍ତ ମାନବିକ ଅଧିକାର ପାଇଁ ଅଭିବ୍ୟକ୍ତିର ସ୍ବାଧୀନତା ଏକ କ୍ରିୟାଶୀଳ ଶକ୍ତି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/dggdgjgdjgdgdj.jpg)