ଉତ୍ତରପ୍ରଦେଶର ବାରାଣସୀରେ ମାତ୍ର ଏକ ଘଣ୍ଟା ଭିତରେ ୨ ଲକ୍ଷ ୫୧ ହଜାର ୪୪୬ଟି ଚାରା ରୋପଣ କରାଯାଇଛି। ଏହା ଚୀନର ଆଠ ବର୍ଷ ତଳର ବିଶ୍ବ ରେକର୍ଡକୁ ଭାଙ୍ଗି ଦେଇଛି। ୨୦୧୮ରେ ଚୀନର ହେନାନ୍ରେ ଘଣ୍ଟାକରେ ୧ ଲକ୍ଷ ୫୩ ହଜାର ୯୮୧ଟି ଚାରା ରୋପଣ କରାଯାଇଥିଲା। ଗିନିଜ୍ ଵାର୍ଲଡ୍ ରେକର୍ଡର କର୍ମଚାରୀମାନଙ୍କ ଉପସ୍ଥିତିରେ ଗତ ୨ ତାରିଖରେ ଏହି ରେକର୍ଡ ସ୍ଥାପନ ହୋଇଛି। ସୁବିଧା ପାଇଁ ବନୀକରଣ ଅଞ୍ଚଳକୁ ୬୦ ଭାଗରେ ବିଭକ୍ତ କରାଯାଇଥିଲା ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ।
/filters:format(webp)/sambad/media/media_files/2026/03/06/plant-2026-03-06-00-49-46.jpg)
ଡ୍ରୋନ୍ କ୍ୟାମେରା ଓ ଆଧୁନିକ ଗଣନା ପଦ୍ଧତି ଜରିଆରେ ଚାରାଗୁଡ଼ିକୁ ଗଣାଯାଇଥିଲା। ଗଣନା ପରେ ବାରାଣସୀ ମେୟର ଓ ମହାନଗର କମିସନରଙ୍କୁ ଗିନିଜ୍ ଵାର୍ଲଡ୍ ରେକର୍ଡର ଜଜ୍ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/20/mkg-ganja-plantation-destroyed1.jpg)