ବିଭିନ୍ନ କ୍ଷେତ୍ରରେ ୫୭ଟି ବିଶ୍ବ ରେକର୍ଡର ଅଧିକାରୀ ହୋଇସାରିଥିବା ସ୍ପେନ୍‌ର ୩୪ ବର୍ଷୀୟ ଖ୍ରୀଷ୍ଟିଆନ୍‌ ରବର୍ଟୋ ଲୋପେଜ୍‌ ରୋଡ୍ରିଗୁଏଜ୍‌ ନିକଟରେ ନିଜ ନାଁରେ ଆଉ ଏକ ବିରଳ ବିଶ୍ବ ରେକର୍ଡ ଲିପିବଦ୍ଧ କରିଛନ୍ତି। ସେ ହାଇ ହିଲ୍‌ ଜୋତା ପିନ୍ଧି ୧୦୦ ମିଟର ଦୌଡ଼କୁ ୧୨. ୮୨ ସେକେଣ୍ଡ୍‌ରେ ସଂପୂର୍ଣ୍ଣ କରି ଗିନିଜ୍‌ ବିଶ୍ବ ରେକର୍ଡ ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ୨୦୧୯ରେ ଅନ୍ୟତମ ବହୁ ରେକର୍ଡଧାରୀ ଜର୍ମାନୀର ଆଣ୍ଡର ଓର୍ଟୋଲ୍‌ଫଙ୍କ ନାମରେ ରହିଥିଲା ଯିଏ ଏଥିପାଇଁ ୧୪.୦୨ ସେକେଣ୍ଡ୍‌ ନେଇଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ହାଇ ହିଲ୍‌ ପିନ୍ଧି ଏପରି କଷ୍ଟସାଧ୍ୟ ୧୦୦ ମିଟର ଦୌଡ଼ ପାଇଁ ରୋଡ୍ରିଗୁଏଜ୍‌ ନେଇଥିବା ସମୟ ବିଶ୍ବର ଦ୍ରୁତତମ ଦୌଡ଼ାଳି ଉସେନ୍‌ ବୋଲ୍‌ଟ ନେଇଥିବା ସମୟଠୁଁ ମାତ୍ର ୩.୨୪ ସେକେଣ୍ଡ୍‌ ଅଧିକ। ଅପରପକ୍ଷେ, ଏହି ହାଇ ହିଲ୍‌ ଜୋତା ଦୌଡ଼ର ନିୟମ ଅନୁଯାୟୀ, ରୋଡ୍ରିଗୁଏଜ୍‌ଙ୍କୁ ଏକ ୭ ସେଣ୍ଟିମିଟର୍ ଉଚ୍ଚ ହିଲ୍ ବିଶିଷ୍ଟ ଜୋତା ପିନ୍ଧିବାକୁ ପଡ଼ିଥିଲା ଯାହାର ତୀକ୍ଷ୍‌ଣ ମୁନଟିର ଚଉଡ଼ା ମାତ୍ର ୧.୫ ସେ.ମି.। ଏଥିରୁ ସେ କିପରି ରେକର୍ଡ ସମୟରେ କଷ୍ଟସାଧ୍ୟ ଦୌଡ଼ ସଂପନ୍ନ କରିଥିଲେ, ତାହା ଅନୁମେୟ। ପୂର୍ବରୁ ସେ ନାକ ଉପରେ କୌଣସି ସାମଗ୍ରୀକୁ ଅଧିକ ସମୟ ଧରି ସନ୍ତୁଳନ କରି ରଖିବା ଓ ଚିବୁକ ଉପରେ ବାଇସାଇକେଲ ରଖିବା ପରି ନାନା ବିଭାଗରେ ୫୭ଟି ବିଶ୍ବ ରେକର୍ଡ ସ୍ଥାପନ କରି ସାରିଛନ୍ତି।