୧ ଲିଟର ସୋଢା ପିଇ ଏହି ବ୍ୟକ୍ତି କଲେ ବିଶ୍ୱରେକର୍ଡ

ନ୍ୟୁୟର୍କ: ଆପଣ ଏକ ଲିଟର ସୋଢା କେତେ ସମୟ ମଧ୍ୟରେ ପିଇପାରିବେ | ହୁଏତ ଆପଣଙ୍କୁ ଏକ ଲିଟର ସୋଢା ପିଇବାକୁ କିଛି ମିନିଟ ସମୟ ଲାଗିପାରେ | କିନ୍ତୁ ଆମେରିକାରେ ଜଣେ ବ୍ୟକ୍ତି ମାତ୍ର ୬ ସେକେଣ୍ଡରେ ୧ ଲିଟର ସୋଢା ପିଇ ବିଶ୍ୱ ରେକର୍ଡ କରିଛନ୍ତି | ଯେଉଁଥିପାଇଁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ୍ସରେ ତାଙ୍କ ନାମ ସାମିଲ ହୋଇଛି | ସୋଢା ପିଇବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |

ସାଧାରଣତଃ ୧ ଲିଟର ସୋଢା ପିଇବାକୁ ୫-୧୦ ମିନିଟ୍ ସମୟ ଲାଗିଥାଏ | ଯଦି ସୋଢା କଡା ହୋଇଥାଏ, ତେବେ ଏହା ପିଇବାକୁ ଆଉ ଟିକେ ବିଳମ୍ବ ହୋଇପାରେ | କିନ୍ତୁ ଏହି ବ୍ୟକ୍ତିଙ୍କ ପାଇଁ ଏହା ଏକ ଖେଳ ପରି ଥିଲା | ୧ ଲିଟର ସୋଡା ପିଇବା ପରେ ମଧ୍ୟ ସେହି ବ୍ୟକ୍ତିଙ୍କ ସହିତ କିଛି ହୋଇନଥିଲା |


ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ବ୍ୟକ୍ତି ଜଣକ ମାତ୍ର କିଛି ସେକେଣ୍ଡରେ ୧ ଲିଟର ସୋଡା ପିଇଥିଲେ | ଏହା ସହିତ ବ୍ୟକ୍ତିଜଣକ ମାତ୍ର ୬.୦୮ ସେକେଣ୍ଡରେ ସୋଡା ପିଇ ତାଙ୍କ ନାମରେ ଏକ ନୂତନ ରେକର୍ଡ ସୃଷ୍ଟି କଲେ | ଏହି ବ୍ୟକ୍ତି ହେଉଛନ୍ତି ଆମେରିକାର ଜଣେ ପ୍ରସିଦ୍ଧ ୟୁଟ୍ୟୁବର | ତାଙ୍କର ନାମ ହେଉଛି ଏରିକ୍ ବ୍ୟାଡଲ୍ୟାଣ୍ଡସ ବୁକର୍ | ସେ ଖାଦ୍ୟକୁ ନେଇ ବ୍ଲଗ କରୁଥିବାବେଳେ ନିକଟରେ ସେ ତାଙ୍କ ନାମରେ ଅନେକ ରେକର୍ଡ କରିଛନ୍ତି |

ସମ୍ବନ୍ଧିତ ଖବର