ନୂଆଦିଲ୍ଲୀ: ବିଶ୍ବରେ ଧନୀ ଓ ଗରିବ ଉଭୟ ଶ୍ରେଣୀର ଲୋକେ ବସବାସ କରନ୍ତି। ଟଙ୍କା ରୋଜଗାର ପାଇଁ ବିଭିନ୍ନ ପ୍ରକାର ବୃତ୍ତି ଆପଣାଇଥାଆନ୍ତି । ତେଣୁ ଲୋକେ ନିଜ ପସନ୍ଦ ମୁତାବକ ବୃତ୍ତିକୁ ଆପଣାଇ ଟଙ୍କା ରୋଜଗାର କରିଥାଆନ୍ତି।
ଦେଖିବାକୁ ଗଲେ ଭିକାରିମାନେ ଦୁଇପଇସା ରୋଜଗାର କରିବା ପାଇଁ ଅନେକ ପରିଶ୍ରମ କରିଥାଆନ୍ତି। କିନ୍ତୁ ଏହି ଭିକାରିଙ୍କ ମଧ୍ୟରୁ ଏମିତି ବି ବହୁ ଭିକାରି ଅଛନ୍ତି ଯେଉଁମାନଙ୍କ ପାଖରେ କୋଟିକୋଟି ଟଙ୍କାର ସମ୍ପତ୍ତି ଅଛି। ଏହି କ୍ରମରେ ବିଶ୍ବର ସବୁଠାରୁ ଧନୀ ଭିକାରିଙ୍କ ବିଷୟରେ ଆସନ୍ତୁ ଜାଣିବା।
ବିଶ୍ବର ଧନୀ ଭିକାରି ତାଲିକାରେ ମୁମ୍ବାଇରେ ବସବାସ କରୁଥିବା ଭାରତ ଜୈନଙ୍କ ନାମ ରହିଛି। ସେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସରେ ଭିକ୍ଷାବୃତ୍ତି କରିଥାଆନ୍ତି। ଭିକ୍ଷାବୃତ୍ତି କରି ସେ ମୁମ୍ବାଇରେ ୧.୪କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ଦୁଇଟି କୋଠା ତାଙ୍କ ନାମରେ କରି ସାରିଛନ୍ତି।
ଭାରତ ଜୈନ ମାସକୁ ଭିକ୍ଷାବୃତ୍ତି କରି ପାଖାପାଖି ୭୦ହଜାର ଟଙ୍କା ରୋଜଗାର କରିଥାଆନ୍ତି। ଦୁଇଟି କୋଠା ବ୍ୟତୀତ ତାଙ୍କର ଦୁଇଟି ଜୁସ ଦୋକାନ ରହିଛି, ଯେଉଁଠାରୁ ତାଙ୍କୁ ମାସିକ ୩୦ହଜାର ଟଙ୍କା ଲାଭ ମିଳିଥାଏ।
ଭିକ ମାଗି ଭରତ ଜୈନ ଦିନକୁ ୨୦୦୦ରୁ ୨୫୦୦୦ଟଙ୍କାର ପର୍ଯ୍ୟନ୍ତ ରୋଜଗାର କରି ନିଅନ୍ତି। ସେ ବିବାହିତ ତାଙ୍କର ଦୁଇଜଣ ପୁଅ ଅଛନ୍ତି। ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ପାଠପଢ଼ା ଛାଡ଼ି ପିଲାଟି ଦିନରୁ ଭିକ ମାଗିବା ଆରମ୍ଭ କରି ଦେଇଥିଲେ।
ଭାରତ ମୁମ୍ବାଇରେ ଏକ ବିଏଚକେ ଡୁପ୍ଲେକ୍ସରେ ବସବାସ କରନ୍ତି। ତାଙ୍କ ପରିବାର ସଦସ୍ୟ ତାଙ୍କୁ ଭିକ ମାଗିବାକୁ ବାରଣ କରୁଥିଲେ ହେଁ ସେ କହନ୍ତି, ‘ଯେଉଁ ବୃତ୍ତି ମୋତେ ଆଜି ଏଭଳି ସ୍ଥାନରେ ଛିଡ଼ା କରିଛି ମୁଁ ତାକୁ ଛାଡ଼ି ପାରିବି ନାହିଁ।’