ନୂଆଦିଲ୍ଲୀ: ନିଦର ମାତ୍ରା କମ୍ ରହିଲେ ବଡ଼ ବଡ଼ ରୋଗ ହେବାର ଆଶଙ୍କା ରହିଛି। ଗବେଷକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ନିଦ୍ରାହୀନତା ହେତୁ ଶାରୀରିକ ସହ ମାନସିକ ସ୍ବାସ୍ଥ୍ୟ ପଇଁ ଖରାପ ହୋଇଥାଏ। ଦିନକୁ ଅତି କମ୍ରେ ୭ ଘଣ୍ଟା ନିଦ ନହେଲେ ଜଣେ ସୁସ୍ଥ ମଣିଷ ନାନା ସମସ୍ୟାର ସାମ୍ନା କରିପାରେ। ନିଦ କମ୍ ହେଲେ କମ୍ ବୟସରୁ ବି ମଧୁମେହ, ମୋଟାପଣ ଓ ରକ୍ତଚାପ ପରି ରୋଗ ହୋଇପାରେ। ଏହା ସହ ହୃଦ୍ରୋଗ ଆଶଙ୍କା ବି ରହିଛି। ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଶୋଇବା ଆଗରୁ ୮୦ ପ୍ରତିଶତ ଲୋକ ମୋବାଇଲ୍ ଦେଖିଥାନ୍ତି। ଯାହାଫଳରେ ନିଦ୍ରା ସୃଷ୍ଟିକାରୀ ହର୍ମୋନ ଉପରେ ପ୍ରଭାବ ପଡ଼ିଥାଏ ଓ ନିଦ୍ରାହୀନତା ପରି ସମସ୍ୟା ଉପୁଜେ।
ଆପଣ ଜାଣନ୍ତି କି ଆଜି ହେଉଛି ବିଶ୍ବ ନିଦ୍ରା ଦିବସ। ଏହି ଦିବସର ଅର୍ଥ ହେଉଛି ଅଧିକ ନିଦ ପାଇଁ ଲୋକଙ୍କୁ ଉତ୍ସାହିତ କରିବା। କାର୍ଯ୍ୟ ସଂପାଦନ କରିବା ଯେପରି ମଣିଷ ପାଇଁ ଆବଶ୍ୟକ ହୋଇଥାଏ ସେପରି ନିଜ ଶରୀରର ଯତ୍ନ ନେବା ବି ଜରୁରୀ ହୋଇଥାଏ । ଉତ୍ତମ ନିଦ୍ରା ପାଇଁ ଉତ୍ତମ ଖାଦ୍ୟ ଗ୍ରହଣ ଓ ବ୍ୟାୟାମର ଯଥେଷ୍ଟ ଆବଶ୍ୟକତା ରହିଛି। ଏଥିପାଇଁ ଆମର ଶାରୀରିକ ଓ ମାନସିକ ଅବସ୍ଥା ବି ଭଲ ରହିବା ଜରୁରୀ।
ତେବେ ଚଳିତ ବର୍ଷର ବିଶ୍ବ ନିଦ୍ରା ଦିବସର ସ୍ଲୋଗାନ ହେଉଛି ‘ଭଲ ନିଦ, ଭଲ ଜୀବନ, ଭଲ ବିଶ୍ବ’। ଏହା ପ୍ରତିବର୍ଷ ମାର୍ଚ ମାସର ତୃତୀୟ ଶୁକ୍ରବାରରେ ପାଳନ କରାଯାଏ। ଏହି ଦିବସକୁ ‘ଗ୍ଲୋବାଲ୍ ସ୍ଲିପ୍ ସୋସାଇଟି’ର ଶାଖା ‘ଦ ୱାର୍ଲ୍ଡ ସ୍ଲିପ୍ ଡେ କମିଟି’ ଆରମ୍ଭ କରିଛି। ନିଦର ମୂଲ୍ୟ କେତେ ସେ ସଂପର୍କରେ ସଚେତନା ସୃଷ୍ଟି କରିବାକୁ ଏହି ଦିବସ ପାଳନ କରାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Untitled-95.jpg)