ବିଶ୍ୱ ଟେଲିଭିଜନ୍‌ ଦିବସ

୧୯୯୭ରୁ ପ୍ରତି ବର୍ଷ ନଭେମ୍ବର‌ ୨୧ରେ ପାଳିତ ହେଉଛି ‘ବିଶ୍ୱ ଟେଲିଭିଜନ୍‌ ଦିବସ’। ଏହି ଦିନ ପାଳନ କରିବା ପାଇଁ ୧୯୯୬ରେ ‘ଜାତି ସ˚ଘ’ର ସାଧାରଣ ପରିଷଦ ନିଷ୍ପତ୍ତି ନେଇଥିଲା। ତେବେ, ଜର୍ମାନି ଭଳି କେତେକ ରାଷ୍ଟ୍ରର ପ୍ରତିନିଧି ଏହାର ବିରୋଧ କରିଥିଲେ। ଏଭଳି ଏକ ଦିବସ ପାଳନ ଅନାବଶ୍ୟକ ବୋଲି ଜର୍ମାନି ପକ୍ଷରୁ କହାଯାଇଥିଲା। କାରଣ ସ୍ୱରୂପ ଦର୍ଶାଇଥିଲା- ଏହିପରି ଏକାଧିକ ଦିବସ ପାଳନ କରାଯାଉଛି, ଯଥା- ‘ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ’, ‘ବିଶ୍ୱ ଟେଲି-ଯୋଗାଯୋଗ ଦିବସ’, ‘ବିଶ୍ୱ ବିକାଶ ସୂଚନା ଦିବସ’ ଆଦି।

ଟେଲିଭିଜନ୍‌ର ସୃଷ୍ଟି ସୂଚନା ଦେବା ପାଇଁ; ତେଣୁ, ସମାନ ଉଦ୍ଦେଶ୍ୟ ଥିବା ଏକାଧିକ ଦିବସ ପାଳନ କରାଯାଉଥିବାରୁ, ଏହାକୁ ପାଳନ କରିବା ଅଯଥାର୍ଥ। ଏଗାରଟି ରାଷ୍ଟ୍ର ଏଥିପାଇଁ ଭୋଟ୍‌ ଦେବାରୁ ବିରତ ହେବା ସତ୍ତ୍ବେ ଏହି ଦିନକୁ ‘ଜାତି ସଂଘ’ ମାନ୍ୟତା ଦେଇଥିଲା।

ସମ୍ବନ୍ଧିତ ଖବର