‘ଜାତି ସଂଘ’, ‘ବିଶ୍ବ ଶୌଚାଳୟ ସଂଗଠନ’ ଓ ‘ୟୁଏନ୍ ୱାଟର୍’ ଆନୁକୂଲ୍ୟରେ, ୨୦୧୩ରୁ ପ୍ରତି ବର୍ଷ ନଭେମ୍ବର୍ ୧୯ ତାରିଖରେ ପାଳନ କରାଯାଉଛି- ‘ବିଶ୍ବ ଶୌଚାଳୟ ଦିବସ’। ୨୦୦୧ରେ ଏହି ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଜ୍ୟାକ୍ ସିମ୍। ସେ ସିଙ୍ଗାପୋରର ନାଗରିକ ଏବଂ ଜଣେ ମାନବବାଦୀ। ସ୍ବଚ୍ଛତାର ଅଭାବ ନାନା ରୋଗର କାରଣ। ଏ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ। ଏବେ ବି ବିଶ୍ବର ପ୍ରାୟ ୪୫୦ କୋଟି ଲୋକ ଉପଯୁକ୍ତ ପରିମଳ ବ୍ୟବସ୍ଥା ବିନା ବଞ୍ଚୁଛନ୍ତି। ପ୍ରାୟ ୮୯.୨ କୋଟି ଲୋକ ଖୋଲାରେ ମଳତ୍ୟାଗ କରୁଛନ୍ତି। ତନ୍ମଧ୍ୟରୁ ୬୭.୮ କୋଟି ସାତଟି ଦେଶର ବାସିନ୍ଦା। ସେମାନଙ୍କ ମଧ୍ୟରୁ ୫୨.୫ କୋଟି ହେଲେ ଭାରତୀୟ। ଅର୍ଥାତ୍, ଶୌଚାଳୟ ବ୍ୟବହାରରେ ଭାରତ ବିଶ୍ବରେ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପଛୁଆ। ଏହାର କୁ-ଫଳ ସ୍ବରୂପ ପରିବେଶ ପ୍ରଦୂଷିତ ହେଉଛି; ମଣିଷ ରୋଗାକ୍ରାନ୍ତ ହେଉଛି। ଏହି ଦିବସକୁ ବିଷୟ-ବାର୍ତ୍ତା ଭିତ୍ତିକ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା: ‘କାହାକୁ ପଛରେ ଛାଡ଼ିବାନାହିଁ।’।
ଜାଣନ୍ତୁ ବିଶ୍ବ ଶୌଚାଳୟ ଦିବସ ବିଷୟରେ କିଛି ଅଜଣା କଥା
/sambad/media/post_attachments/wp-content/uploads/2019/11/dghdgjhdg54hjdg564jhdgdggggggggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)