ପ୍ରତି ବର୍ଷ ମାର୍ଚ୍ଚ ୨୪ ତାରିଖକୁ ସମଗ୍ର ପୃଥିବୀରେ ବିଶ୍ବ ରାଜଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ରାଜଯକ୍ଷ୍ମା ବା ‘ଟିବି’ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ବ ସ୍ତରରେ ଏହାର ସଂକ୍ରମଣକୁ ରୋକିବା ଲାଗି ସମୟୋଚିତ ପଦକ୍ଷେପ ଗ୍ରହଣକୁ ଉତ୍ସାହିତ କରିବା। ସାଧାରଣତଃ ମଣିଷ ଶରୀରର ଫୁସ୍ଫୁସ୍ ଏକ ମାରାତ୍ମକ ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମିତ ହୋଇଥାଏ। ୧୮୮୨ ମସିହା ଆଜି ଦିନରେ ଜର୍ମାନ୍ ଗବେଷକ ଡାକ୍ତର ରବର୍ଟ କୋଚ୍ ଏହି ସଂକ୍ରମଣ ଲାଗି ଦାୟୀ ‘ମାଇକୋବାକ୍ଟେରିଅମ୍ ଟ୍ୟୁବରକଲୋସିସ୍’ ବ୍ୟାକ୍ଟେରିଆକୁ ଆବିଷ୍କାର କରିଥିଲେ। ତେବେ ପ୍ରାୟ ତିନି ଲକ୍ଷ ବର୍ଷରୁ ଏହି ରୋଗ ମଣିଷକୁ ଆକ୍ରାନ୍ତ କରି ଆସୁଥିବାର ଆକଳନ କରାଯାଏ।
ଏହାର ଚିକିତ୍ସା ଓ ନିବାରଣ ସମ୍ଭବ। ଏହା ଏବେ କୋଭିଡ୍-୧୯ ପଛକୁ ପୃଥିବୀର ଦ୍ବିତୀୟ ମାରାତ୍ମକ ସଂକ୍ରାମକ ରୋଗ ହୋଇ ରହିଛି। ଏ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି: ‘ହଁ! ଆମେ ଟିବିକୁ ସମାପ୍ତ କରିପାରିବା।’ ଏହି ପ୍ରସଙ୍ଗ ରଖାଯିବାର ଉଦ୍ଦେଶ୍ୟ ହେଉଛି ‘ଟିବି’ର ମୁକାବିଲା ଦିଗରେ ଅଧିକ ପୁଞ୍ଜି ନିବେଶ, ତ୍ବରିତ ପଦକ୍ଷେପ, ଅନ୍ତର୍ବିଭାଗୀୟ ସହଯୋଗିତା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନୂତନ ମାର୍ଗଦର୍ଶନ ଗ୍ରହଣ ଏବଂ ରାଜଯକ୍ଷ୍ମା ମୂଳୋତ୍ପାଟନ ଲାଗି ନୂଆ ଆବିଷ୍କାର ପ୍ରୟୋଗର ଗୁରୁତ୍ବକୁ ଉତ୍ଥାପନ କରିବା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/5sf654h56fshfhsfhfh.jpg)