ବିଭିନ୍ନ ଆନ୍ତର୍ଜାତିକ ଶ୍ରମିକ ସଂଘ ସଂଗଠନ ତରଫରୁ ଆଜି ‘ଶ୍ରମିକ ସ୍ମାରକୀ ଦିବସ’ ପାଳନ କରାଯାଉଛି। ସଚେତନତା ଅଭିଯାନ ଆୟୋଜନ ମାଧ୍ୟମରେ ବୃତ୍ତିଗତ ଦୁର୍ଘଟଣା ଓ ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ୧୯୯୬ ମସିହାରୁ ଏହି ଦିବସ ପାଳନ କରାଯାଉଛି। ସେହିପରି ଶ୍ରମିକ ସଂଘ ସଂଗଠନର ଅନୁରୋଧ କ୍ରମେ ୨୦୦୩ ମସିହାରୁ ଆଜି ଦିନଟିକୁ ବିଶ୍ବ ଶ୍ରମ ସଂଘ ପକ୍ଷରୁ ‘କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଓ ସ୍ବାସ୍ଥ୍ୟ ପାଇଁ ବିଶ୍ବ ଦିବସ’ ଭାବେ ପାଳନ କରାଯାଉଛି। ଏହି ଦିବସ ପାଳନ ମାଧ୍ୟମରେ କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ଉପରେ ଗୁରୁତ୍ବାରୋପ କରାଯିବା ସହ କୌଣସି ପ୍ରକାର ପେସାଗତ ଦୁର୍ଘଟଣା ଓ ରୋଗକୁ ଦୂରେଇବା ଦିଗରେ ମଧ୍ୟ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କରିବାକୁ ଆହ୍ବାନ କରାଯାଇଥାଏ। ଏହି ସଚେତନତା ଅଭିଯାନର ଉଦ୍ଦେଶ୍ୟ ହେଉଛି ସମସ୍ୟାର ବ୍ୟାପକତା ଦିଗକୁ ଦୃଷ୍ଟି ଆକର୍ଷଣ କରିବା ଏବଂ ସୁରକ୍ଷା ଓ ସ୍ବାସ୍ଥ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ କାର୍ଯ୍ୟକ୍ଷେତ୍ରରେ ମୃତାହତଙ୍କ ସଂଖ୍ୟା ହ୍ରାସ କରିବା। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି- ‘ମୃତକଙ୍କୁ ମନେ ପକାଇ ବଞ୍ଚିବା ପାଇଁ ସଂଘର୍ଷ କର।’
ବିଶ୍ବ ଶ୍ରମିକ ସ୍ମାରକୀ ଦିବସ
/sambad/media/post_attachments/wp-content/uploads/2023/04/654fh65sffhhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)