ବିଲେଇ ମଳରେ ଦାମୀ କଫି, ମୂଲ୍ୟ ୨୫ ହଜାର ଟଙ୍କା 

ବାହାରେ ବର୍ଷା ହେଉଥିବ, ଥଣ୍ଡା ପାଗରେ ଗରମ କଫି କପର ମଜା ନିଆରା | ତେବେ ଆପଣ ପିଉଥିବା କଫି କପର ମୂଲ୍ୟ କେତେ ଟଙ୍କା ହୋଇପାରେ | ହୁଏତ ଶହେ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ହୋଇପାରେ ପ୍ରତିଟି କଫି କପର ମୂଲ୍ୟ | କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଭାରତରେ ଏଭଳି ଏକ କଫି ପ୍ରସ୍ତୁତ କରାଯାଏ ଯାହାର ଚାହିଦା ବିଦେଶରେ କାହିଁରେ କଣ | ଏହି କଫି କପର ମୂଲ୍ୟ ୫ ହଜାର ଟଙ୍କା ଯାଏଁ ପହଁଚିଯାଇଥାଏ | ମିଳିଥିଵା ତଥ୍ୟ ମୁତାବକ ଭାରତରେ ବିଶ୍ୱର ସବୁଠାରୁ ଦାମୀ କଫି ପ୍ରସ୍ତୁତ କରାଯାଉଛି | ଏହି କଫିର ନାମ ହେଉଛି ଶିଭେଟ କଫି |

କର୍ଣ୍ଣାଟକ କୂର୍ର୍ଗ ରେ ପ୍ରସ୍ତୁତ ହେଉଥିବା ଏହି କଫି କିଭଳି ପ୍ରସ୍ତୁତ ହୋଇଥାଏ ଜାଣନ୍ତି | ଆପଣ ଜାଣିଲେ ଆପଣଙ୍କୁ ପିଇବାକୁ ଇଚ୍ଛା ନ ହୋଇପାରେ | କାରଣ ଶିଭେଟ ବିଲେଇ ମଳରୁ ଏହି କପି ପ୍ରସ୍ତୁତ କରାଯାଇଥାଏ | କଫି ବଗିଚାରେ ଏହି ବିଲେଇଟି ବୁଲିବୁଲି ସର୍ବୋତ୍କୃଷ୍ଟ କଫି ଫଳକୁ ଖାଇଥାଏ | ମଳତ୍ୟାଗ କଲାପରେ ତାହାର ମଳକୁ ସଂଗ୍ରହ କରାଯାଏ |

PHOTO-HINDUSTANTIMES

ଏହାକୁ ଧୋଇ ଶୁଖାଇ ଶିଭେଟ କଫି ପ୍ରସ୍ତୁତ କରାଯାଇଥାଏ | ଏହି କଫିର ମୂଲ୍ୟ ଅନ୍ତର୍ଜାତୀୟ ସ୍ତରରେ କିଲୋ ପିଛା ୨୫ ହଜାର ଟଙ୍କା ହୋଇଥିବାବେଳେ ଭାରତରେ କିଲୋ ପିଛା ୮ ହଜାର ଟଙ୍କାରେ ମିଳିଥାଏ | ୨୦୧୫ ମସିହାରୁ ବିଲେଇ ମଳରୁ ଏତେ ଦାମୀ କଫି ପ୍ରସ୍ତୁତ ହୋଇପାରେ କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ |

ସମ୍ବନ୍ଧିତ ଖବର