ଇରାନର ଇସଫାହନ୍ ସହରରେ ଜନ୍ମିତ ଅନାହିତା ହାସେମଜାଦେ ଇଣ୍ଟର୍‍ନେଟ୍‍ର ଜଣେ ଜଣାଶୁଣା ଚେହେରା। ଚାରିବର୍ଷ ବୟସର ଅନାହିତାଙ୍କ ହସ ପୃଥିବୀର ସବୁଠାରୁ ଚିତ୍ତାକର୍ଷକ ହସର ଆଖ୍ୟା ପାଇଛି। ଦୁଇବର୍ଷର ହୋଇଥିବା ବେଳେ ଅନାହିତାଙ୍କ ମାଆ ଇନ୍‍ଷ୍ଟାଗ୍ରାମ୍‍ରେ ତାଙ୍କର ଫଟୋଟିଏ ଛାଡ଼ିଥିଲେ। ସେବେଠାରୁ ସାରା ବିଶ୍ବରେ ତାଙ୍କର ଲୋକପ୍ରିୟତା ବଢ଼ିଚାଲିଛି।

Advertisment

publive-image youtube.com

ତାଙ୍କ ମାଆ ମଝିରେ ମଝିରେ ଅନାହିତାଙ୍କ ହସହସ ଫଟୋ ଛାଡ଼ିଥାନ୍ତି ଯାହା ଯେକୌଣସି କ୍ଷଣରେ ଆପଣଙ୍କ ମୁହଁରେ ହସ ଫୁଟାଇବାକୁ ସମର୍ଥ ବୋଲି ଅନେକ ମତ ଦିଅନ୍ତି। କିଛିଦିନ ତଳେ ସେ କୋଭିଡ୍-୧୯ ରୋଗରେ ଆକ୍ରାନ୍ତ ବୋଲି ଗୁଜବ ପ୍ରଚାର ହୋଇଥିଲା। ହେଲେ ସେ ନିଜେ ଏକ ଭିଡ଼ିଓ ମାଧ୍ୟମରେ ଏହି ମିଛ ଖବରକୁ ଖଣ୍ଡନ କରିଥିଲେ। ଏଥିସହ କରୋନା ମୁକାବିଲା ପାଇଁ ସେ ସମସ୍ତଙ୍କୁ ଘରେ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି।