ମଣିଷ ନିଶରେ ତିଆରି ହୋଇଛି ଏକ ବିଚିତ୍ର ପୋଷାକ

ନୂଆଦିଲ୍ଳୀ:  ଦୁନିଆରେ ଅନେକ ଲୋକ ପଶୁମାନଙ୍କ ଚମଡାରୁ ତିଆରି ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି । ନିକଟରେ ଏକ କମ୍ପାନି ମଣିଷ ନିଶରେ ବିଚିତ୍ର ପୋଷାକ ତିଆରି କରିଛି। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥିଲେ ବି ଘଟଣାଟି ସତ।

ଅଷ୍ଟ୍ରେଲୀୟନ ମେନସୱେର୍ ବ୍ରାଣ୍ଡ ପୋଲିଟିକ୍ସ କମ୍ପାନି ପୁରୁଷଙ୍କ ନିଶରୁ ଏକ ସୁଟ୍ ପ୍ରସ୍ତୁତ କରିଛି। ଭିଜୁଆଲ୍ ଆର୍ଟିଷ୍ଟ ପାମେଲା କ୍ଲିମାନ୍-ପାସିଙ୍କ ସହ ମିଶି ପଲିଟିକ୍ସ ମେନସୱେର୍ ବ୍ରାଣ୍ଡ କମ୍ପାନି ଏହି ସୁଟ୍ ତିଆରି କରିଛି । ଚଳିତ ବର୍ଷର ଇଭେଣ୍ଟରେ ଏହି ସୁଟକୁ ପ୍ରଦର୍ଶିତ କରାଯାଇଥିଲା।

ଏହି ସୁଟକୁ ମୋ-ହେୟାର ସୁଟ୍ ନାମରେ ନାମିତ କରାଯାଇଛି । ମେଲବୋର୍ଣ୍ଣରେ ରହୁଥିବା ଭିଜୁଆଲ୍ ଆର୍ଟିଷ୍ଟ ପାମେଲା କ୍ଲିମାନ୍-ପାସି ଏହି ସୁଟ୍ ତିଆରି କରିବା ପାଇଁ ବିଭିନ୍ନ ସେଲୁନ୍‌କୁ ଯାଇ ନିଶ ସଂଗ୍ରହ କରିଥିଲେ। ଏହି ନିର୍ଦ୍ଦିଷ୍ଟ ପ୍ରୋଜେକ୍ଟ ପାଇଁ, ଲୋକମାନେ ନିଶ କାଟିକି ସେହି ନିଶଗୁଡିକୁ ପ୍ୟାକେଟ୍‌ କରି ପଠାଉଥିଲେ ।

ପ୍ରଥମେ ଏହି ନିଶଗୁଡିକ କାଟିବା ସହ ସୂତା ଆକାରରେ ସିଲେଇ କରି  ଫ୍ୟାବରିକ୍‌  ଭାବେ ତିଆରି କରାଯାଇଥିଲା । ପଲିଟିକ୍ସ ମେନସୱେର୍ ବ୍ରାଣ୍ଡର ଡିଜାଇନ୍ ମ୍ୟାନେଜର ପଲ୍ ବର୍ଡେନ୍ ଏହାକୁ କାଟିକି ଏକ ସିଙ୍ଗଲ ବ୍ରେଷ୍ଟେଡ୍‌ ସୁଟ୍‌ ତିଆରି କରିଥିଲେ ।

ସମ୍ବନ୍ଧିତ ଖବର