କଲମ୍ବିୟାରେ ଖୋଲିଲା ବିଶ୍ବର ପ୍ରଥମ ‘ପର୍ନ‌୍‌’ ବିଶ୍ବବିଦ୍ୟାଳୟ!

କଲମ୍ବିୟାର ମାଡେଲିନ୍‌ରେ ଖୋଲିଛି, ବିଶ୍ବର ପ୍ରଥମ ‘ପର୍ନ‌୍‌ ୟୁନିଭର୍ସିଟି’। ଏହି ସରକାରୀ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରେ ଅଶଡ଼ ଚଳଚ୍ଚିତ୍ର ବା ବ୍ଲୁ ଫିଲ୍ମରେ ଅଭିନୟ ବାବଦରେ ଛାତ୍ର-ଛାତ୍ରୀଙ୍କୁ ଶିକ୍ଷା ଓ ତାଲିମ ଦିଆଯିବ। ବିଶ୍ବବିଦ୍ୟାଳୟ ଖୋଲିଛନ୍ତି ଜଣାଶୁଣା ଅଶଡ଼ ଫିଲ୍ମ ଅଭିନେତ୍ରୀ ଆମାରାନ୍‌ଟା ହାନ୍‌କ। ତାଙ୍କର ମୂଳ ନାମ ଆଲେଜାନ୍‌ଡ୍ରା ଓମାନା ରୁଇଜ୍‌। ଏକଦା ସେ ସାମ୍ବାଦିକା ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ତେବେ, ବିଶେଷ ଆୟ ନ ହେବାରୁ ଅଶଡ଼ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିଥିଲେ। ନିଜର ଲମ୍ବା ଅଭିଜ୍ଞତା ମାଧ୍ୟମରେ ସେ ବିଶ୍ବବିଦ୍ୟାଳୟର ସୁପରିଚାଳନା କରିପାରିବେ ବୋଲି କହିଛନ୍ତି। ‘ପର୍ନ‌୍‌ ଷ୍ଟାର‌୍‌’ ବନିବାକୁୁ ଚାହୁଁଥିବା ପ୍ରାପ୍ତ-ବୟସ୍କ ଓ ପ୍ରାପ୍ତ-ବୟସ୍କାଙ୍କୁ କର୍ମଶାଳା ମାଧ୍ୟମରେ ଶିକ୍ଷା ଓ ତାଲିମ ଦେବା ନିମନ୍ତେ ସେ ଏକାଧିକ ପ୍ରସିଦ୍ଧ କଲମ୍ବିୟାନ୍‌ ଅଶଡ଼ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀଙ୍କୁ ନିଯୁକ୍ତ କରିଛନ୍ତି।

ସ୍ଥାନୀୟ ‘ଦ ସିକ୍ରେଟ୍‌ ଗାର୍ଡେନ୍‌ ଇରୋଟିକ୍‌ ପବ୍‌’ରେ ପ୍ରାୟୋଗିକ (ପ୍ରାକ୍‌ଟିକାଲ୍‌) ଶିକ୍ଷା ଦିଆଯିବ। ସ˚ପ୍ରତି ସାରା ବିଶ୍ବରେ ଅଶଡ଼ ଚଳଚ୍ଚିତ୍ରର ଚାହିଦାକୁ ଦେଖି, ଏଥି ପାଇଁ ପର୍ଯ୍ୟାପ୍ତ ସ˚ଖ୍ୟକ ତାଲିମପ୍ରାପ୍ତ ଅଭିନେତା ଓ ଅଭିନେତ୍ରୀ ସୃଷ୍ଟି, ଆମାରାନ୍‌ଟାଙ୍କ ଲକ୍ଷ୍ୟ। ସେ ଆସନ୍ତା ମାସରେ କଲମ୍ବିୟାର ରାଜଧାନୀ ବୋଗୋଟାରେ ଦ୍ବିତୀୟ ‘ପର୍ନ‌୍‌ ବିଶ୍ବବିଦ୍ୟାଳୟ’ ଖୋଲିବେ।

ସମ୍ବନ୍ଧିତ ଖବର