ବିଶ୍ୱର ବୃହତ୍ତମ ମାଛ ବଜାର

ଗତ ବର୍ଷ ଅକ୍ଟୋବର୍‌ ପର୍ଯ୍ୟନ୍ତ ବିଶ୍ୱର ବୃହତ୍ତମ ମାଛ ବଜାରଟି ଟୋକିଓ ଅନ୍ତର୍ଗତ ସୁକିଜିରେ ଥିଲା। ଏବେ ଚାଲୁଛି ପ୍ରାୟ ଅଢ଼େଇ କିଲୋମିଟର୍‌ ଦୂରରେ ଥିବା ଟୋୟୋସୁରେ। ୨୦୨୦ ଅଲିମ୍ପିକ୍‌ ଟୋକିଓରେ ଅନୁଷ୍ଠିତ ହେବ। ଅଲିମ୍ପିକ୍‌ ପାଇଁ ସହର ମଧ୍ୟରେ ଅଧିକ ସ୍ଥାନ ଆବଶ୍ୟକ ପଡ଼ିବାରୁ, ସୁକୁଜି ମାଛ ବଜାର ଉଠାଯାଇଥିଲା। ସୁକିଜି ମାଛ ବଜାର ପ୍ରାୟ ଶହେ ବର୍ଷ ତଳେ ଆରମ୍ଭ ହୋଇଥିଲା। ଟୋୟୋସୁ ମାଛ ବଜାର ମଧ୍ୟ ସୁକିଜି ପରି ଏବେ ବିଶ୍ୱରେ ବୃହତ୍ତମ।

govoyagin.com

ସେଠାରେ ଦୈନିକ ସାଢ଼େ ଛଅ ଲକ୍ଷ ଟନ୍‌ ମାଛ କାରବାର ହେଉଛି। ପ୍ରତି ଦିନ ମିଳେ ଚାରି ଶହରୁ ଅଧିକ ପ୍ରକାରର ମାଛ। ଶସ୍ତା ସିଵିଡ୍‌ଠାରୁ ଆରମ୍ଭ କରି ଦୁର୍ମୂଲ୍ୟ କାଭିଏର‌୍‌, କ୍ଷୁଦ୍ର ସାର୍ଡାଇନ୍‌ଠାରୁ ଆରମ୍ଭ କରି ତିନି ଶହ କିଲୋଗ୍ରାମ୍‌ ଓଜନର ଟୁନା ମାଛ ସେଠାରେ ବିକ୍ରି ହୁଏ। ସୁକିଜି ମାଛ ବଜାରରେ ଉଭୟ ପାଇକାରି ଓ ଖୁଚୁରା କାରବାର ହେଉଥିଲା। ତେବେ, ଟୋୟୋସୁ କେବଳ ଏକ ପାଇକାରି ମାଛ ବଜାର।

ସମ୍ବନ୍ଧିତ ଖବର