ବିଶ୍ୱର ସବୁଠାରୁ ଲମ୍ବା ଦୋସା

‘ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ‌୍‌ଡ ରେକର୍ଡ‌୍‌’ ଅନୁଯାୟୀ ବିଶ୍ବର ସବୁଠାରୁ ଲମ୍ବା ଦୋସା ଭାରତରେ ପ୍ରସ୍ତୁତ କରାଯାଇଥିଲା। ଅହମଦାବାଦର ‘ସ˚କଳ୍ପ ଭୋଜନାଳୟ’ର ବତିଶ ଜଣ ପାଚକ ଦୋସାଟିକୁ ପ୍ରସ୍ତୁତ କରିଥିଲେ। ଲମ୍ବ ଥିଲା ତେପନ ଫୁଟ୍‌ ବା ଷୋହଳ ମିଟର‌୍‌। ଦୋସା ତିଆରିରେ ଲାଗିଥିଲା ଅଶୀ କିଲୋଗ୍ରାମ୍‌ ଚାଉଳ, ବିରି ଓ ଅଟା ସହ ତିରିଶ କିଲୋଗ୍ରାମ୍‌ ଗାଈ ଘିଅ। ଏତେ ବଡ଼ ଦୋସାଟିକୁ ତିଆରିକରିବା ପାଇଁ ଲାଗିଥିଲା ମାତ୍ର ପନ୍ଦର ମିନିଟ୍‌। ମାର୍ଚ‌୍‌ ୧୯୯୭ରେ ଏହି ଭୋଜନାଳୟ ପକ୍ଷରୁ ପଚିଶ ଫୁଟ୍‌ର ଦୋସା ଏବ˚ ୨୦୦୬ରେ ବତିଶ ଫୁଟ୍‌ର ଦୋସା ତିଆରିକରାଯାଇଥିଲା। ଭାରତ, କାନାଡା, ଆମେରିକା, ଅଷ୍ଟ୍ରେଲିଆ, ଇ˚ଲଣ୍ତ୍‌ ଓ ୟୁନାଇଟେଡ୍‌ ଅରବ ଏମିରେଟ୍‌ରେ ଏହି ଭୋଜନାଳୟର ଦୁଇ ଶହ ଶାଖା ରହିଛି। ନୂଆ ଦିଲ୍ଲୀରେ ମଧ୍ୟ ଗୁିଏ ଶାଖା ଅଛି। ନୂଆ ଦିଲ୍ଲୀସ୍ଥିତ ପଂଜାବୀ ବାଗ ଶାଖାରେ ପ୍ରତି ଦିନ ଚାରି ଫୁଟ୍‌ ଲମ୍ବର ଦୋସା ମିଳେ, ଯାହାର ମୂଲ୍ୟ ନଅ ଶହ ଟଙ୍କା।

ସମ୍ବନ୍ଧିତ ଖବର