ପୃଥିବୀର ଦୀର୍ଘତମ ବିମାନ ଯାତ୍ରା: ଆକାଶରେ କଟେ ୧୯ ଘଣ୍ଟା, ଦୀର୍ଘ ସମୟ ଯାତ୍ରା କରୁଥିବା ବିମାନରେ କ’ଣ ସବୁ ସୁବିଧା ରହିଥାଏ
୧୧ ଅକ୍ଟୋବର ୨୦୧୮ରେ ସିଙ୍ଗାପୁରରୁ ନ୍ୟୁୟର୍କ୍ ଉଡ଼ାଣ ପାଇଁ ଲାଗିଥିଲା ୧୯ ଘଣ୍ଟା। ୧୬,୭୦୦ କି.ମି. ଦୂରତାକୁ ୧୯ ଘଣ୍ଟା ସମୟରେ ପୂରଣ କରାଯାଇଥିଲା। ଏହି ବିମାନରେ ଯାତ୍ରୀମାନଙ୍କ ମନୋରଞ୍ଜନ ପାଇଁ ବିଶେଷ ସୁବିଧା ରହିଥିବା ସହ ୭ ସପ୍ତାହ ପାଇଁ ଚଳଚ୍ଚିତ୍ର ଓ ଟେଲିଭିଜନ୍ ସୁବିଧା ରହିଛି। ଜାଣନ୍ତୁ, ଦୁନିଆର କେଉଁ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଅଧିକ ସମୟ ଧରି ବିମାନ ଯାତ୍ରା କରିଥାଏ ଓ କ’ଣ ବିଶେଷତ୍ୱ ରହିଥାଏ ସମସ୍ତ ବିମାନର।
ଦୁନିଆର ଦୀର୍ଘତମ ବିମାନ ଯାତ୍ରା
କେତେ ଜଣ ଯାତ୍ରା କରିପାରିବେ
ଏୟାର୍ବସ୍ ‘ଏ ୩୫୦-୯୦୦ୟୁଆର୍ଏଲ୍’ରେ ୧୬୧ ଜଣ ଯାତ୍ରା କରିପାରିବେ।
ଇକୋନୋମି କ୍ଲାସ୍ ନାହିଁ
୬୭ ଜଣ ବିଜ୍ଜେସ୍ କ୍ଲାସ୍ ବା ବାଣିଜ୍ୟ ଶ୍ରେଣୀ ଓ ୯୪ ଜଣ ପ୍ରିମିୟମ୍ ଇକୋନୋମିରେ ଯାତ୍ରା କରିପାରିବେ। ଏଠାରେ ସାଧାରଣ ଇକୋନୋମି ଶ୍ରେଣୀର ସିଟ୍ ନାହିଁ।
ମନୋରଞ୍ଜନ
ବିମାନରେ ପ୍ରାୟ ୧,୨୦୦ ଘଣ୍ଟା ସମୟର ଅଡିଓ-ଭିଜୁଆଲ୍ ମନୋରଞ୍ଜନ ପାଇଁ ସାମଗ୍ରୀ ଉପଲବ୍ଧ ରହିଛି।
ଡେକୋର୍
ସାଧାରଣ ବିମାନ ଅପେକ୍ଷା ଏହି ବିମାନ ଭିତରର ଛାତ ଉଚ୍ଚ ରହିଥାଏ, ଝରକା ମଧ୍ୟ ବଡ଼ ହୋଇଥାଏ । ଏହା ସହ ଅଧିକ ସମୟର ବିମାନ ଯାତ୍ରାରେ ହେଉଥିବା ଶାରୀରିକ ସମସ୍ୟା ନ ହେବା ପାଇଁ ସ୍ୱତନ୍ତ୍ର ଲାଇଟିଂ ଡିଜାଇନ୍ କରାଯାଇଛି।
ଦୀର୍ଘତମ ସମୟ ଯାତ୍ରା କରୁଥିବା ବିମାନ
ସିଙ୍ଗାପୁର – ନ୍ୟୁୟର୍କ୍ – ୧୮ ଘଣ୍ଟା ୪୫ ମିନିଟ୍
ଅକ୍ଲ୍ୟାଣ୍ଡ୍ – ଦୋହା – ୧୭ ଘଣ୍ଟା ୪୦ ମିନିଟ୍
ହୋଷ୍ଟନ୍ – ସିଡ୍ନୀ – ୧୭ ଘଣ୍ଟା ୩୦ ମିନିଟ୍
ପର୍ଥ୍ – ଲଣ୍ଡନ୍ – ୧୭ ଘଣ୍ଟା ୨୦ ମିନିଟ୍
ଲସ୍ଆଞ୍ଜେଲେସ୍ – ସିଙ୍ଗାପୁର – ୧୭ ଘଣ୍ଟା ୨୦ ମିନିଟ୍
ଅକଲ୍ୟାଣ୍ଡ୍ – ଦୁବାଇ – ୧୭ ଘଣ୍ଟା ୨୦ ମିନିଟ୍
ଜୋହାନସ୍ବର୍ଗ୍ – ଆଟ୍ଲାଣ୍ଟା – ୧୬ ଘଣ୍ଟା ୫୦ ମିନିଟ୍