ନ୍ୟୁୟର୍କ: ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଅନନ୍ୟ ଗୁଣ ପାଇଁ ଜଣାଶୁଣା | ସେଥିମଧ୍ୟରୁ ଜଣେ ହେଉଛନ୍ତି ମାକି କୁରିନ୍। ଯିଏ ଲମ୍ବା ଗୋଡ ପାଇଁ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛନ୍ତି। ମାକିଙ୍କ ପରି ଲମ୍ବା ଗୋଡ଼ ଦୁନିଆର ଆଉ କୌଣସି କିଶୋରୀଙ୍କ ନଥିବା ଜଣାଯାଇଛି। ଲମ୍ବା ଗୋଡ଼ ପାଇଁ ବର୍ତ୍ତମାନ ତାଙ୍କ ନାମ ଗିନିଜ ବିଶ୍ୱ ରେକର୍ଡରେ ପଞ୍ଜିକୃତ ହୋଇଛି |

ଆମେରିକା ଟେକ୍ସାସରେ ରହୁଥିବା ମାକିଙ୍କର ଉଚ୍ଚତା ଛଅ ଫୁଟ୍ ୧୦ ଇଞ୍ଚ ରହିଥିବା ବେଳେ ତାଙ୍କ ଗୋଡ଼ର ଲମ୍ୱ ୪ ଫୁଟ୍। ଯାହାକି ମୋଟ୍ ଉଚ୍ଚତାର ୬୦ ପ୍ରତିଶତ ରହିଛି। କୁରିନ ତାଙ୍କ ପରିବାରରେ ମଧ୍ୟ ସବୁଠୁ ଲମ୍ୱା। ଲମ୍ୱା ଗୋଡ଼ ପାଇଁ ସେ ଅନେକ ଲାଭ ପାଇବା ସହିତ ସମସ୍ୟାରେ ପଡ଼ୁଛନ୍ତି ବୋଲି କୁରିନ ପ୍ରତିକ୍ରିୟାରେ କହିଛନ୍ତି।
ତେବେ ଲମ୍ୱା ହେବା ପାଇଁ ସେ କୌଣସି ଔଷଧ କି କୌଣସି ଚେଷ୍ଟା କରି ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଲମ୍ବା ଗୋଡ଼ ପାଇଁ ଚର୍ଚ୍ଚାରେ ଥିବା ବେଳେ ତାଙ୍କୁ ଯେତିକି ଖୁସି ଲାଗୁଛି ସେତିକି କଷ୍ଟ ବି ହେଉଛି। କାରଣ ସେ ଅନ୍ୟମାନଙ୍କ ପରି ଏତେଟା ସାଧାରଣ ଜୀବନଜାପନ କରି ପାରୁ ନାହାନ୍ତି। ଯେମିତି କି କାରରେ ବସି କୌଣସି ସ୍ଥାନକୁ ଗଲେ ତାଙ୍କୁ ବହୁତ କଷ୍ଟ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Untitled-2-copy-1.jpg)