ଆବିଦୁଶ: ଆପଣ ସମସ୍ତେ ବିଭିନ୍ନ ପ୍ରକାର ଚକୋଲେଟ ଖାଇଥିବେ। ଡାର୍କ, ହ୍ଵାଇଟ, କ୍ୟାରେମଲ ଭଳି ଅନେକ ପ୍ରକାର ଚକୋଲେଟ ବଜାରରେ ମିଳୁଛି। ଯାହାର ମୂଲ୍ୟ ମଧ୍ୟ ଠିକ୍‌ଠାକ୍‌ ରହିଛି। କିନ୍ତୁ ୬ଲକ୍ଷ ଟଙ୍କାର ଚକୋଲେଟସ୍‌ ଖାଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଚକୋଲେଟ ଟି କ’ଣ ଯାହାର ମୂଲ୍ୟ ଏତେ ମହଙ୍ଗା। ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଚକୋଲେଟ ବୋଲି କାହିଁକି କୁହାଯାଉଛି।

Advertisment

publive-image

ନିକଟରେ ପର୍ତୁଗାଲରେ ଆବିଦୁଶ ସହରରେ ଚାଲୁଥିବା ଇଣ୍ଟରନ୍ୟାସନାଲ ଚକୋଲେଟସ୍‌ ଫେଷ୍ଟିଭାଲରେ ଦୁନିଆର ସବୁଠାରୁ ମହଙ୍ଗା ଚକୋଲେଟ ‘ଗ୍ଲୋରିୟସ ପ୍ରଦର୍ଶିତ’ କରାଯାଇଛି। ଏହି ଚକୋଲେଟର ମୂଲ୍ୟ ୭୭୨୮ ୟୁରୋ ଅର୍ଥାତ ୬,୨୦.୮୬୩ ଟଙ୍କା ରହିଛି ବୋଲି ଜଣାପଡ଼ିଛି। ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାକୁ ପ୍ରସ୍ତୁତ କରିଥିବା କରିଥିବା ଡେନିୟଲ ଗୋମ୍ସ ଏକ ବର୍ଷ ହେବ ଏହି ସ୍ୱତନ୍ତ୍ର ଚକୋଲେଟ ଉପରେ କାମ କରୁଛନ୍ତି। ଏହି ଚକୋଲେଟ ଭିତରେ କେସର, ଧଳା ଟ୍ରଫଲ, ମେଡାଗାସ୍କରର ବିଶେଷ ଭାନିଲା ଓ ସୁନାର ଛୋଟ ଛୋଟ ଖଣ୍ଡ ଏଥିରେ ମିଶ୍ରିତ ହୋଇଛି।

ଚକୋଲେଟ ଯଦି ଏତେ ସ୍ୱତନ୍ତ୍ର ତେବେ ଏହାର ପ୍ୟାକେଜିଂ ବି ସେଭଳି ନିଶ୍ଚୟ ହୋଇଥିବ। ଏହି ଚକୋଲେଟ ଏକ ବୁଡନ ବେସ୍‌ରେ ଆସିଥାଏ, ଯେଉଁଥିରେ ସୁନା ଦ୍ୱାରା ସିରିଏଲ ନମ୍ବର ଲେଖା ଯାଇଥାଏ । କେବଳ ଏତିକି ନୁହେଁ, ଏଥିରେ ଖ୍ରୀଷ୍ଟାଲ, ମୋତି ଓ ସୁନାର ରିବନ୍‌ର ହ୍ୟାଣ୍ଡେଲ ଆଦି ଖଞ୍ଜା ଯାଇଛି।