ସବୁଠାରୁ ଦାମିକିଆ ପିଜା: ଗୋଟାଏ ବାଇଟ୍‌ର ଦାମ ୭୭ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ପିଜା ଖାଇବାକୁ କାହାକୁ ବା ଭଲ ନ ଲାଗେ। ପିଲାଠାରୁ ନେଇ ବୟସ୍କ ପର୍ଯ୍ୟନ୍ତ ଗରମ ଗରମ ପିଜା ସଭିଙ୍କ ପ୍ରିୟ। ତେବେ, ସାଧାରଣ ଦରରେ ଚାରିଆଡ଼େ ଉପଲବ୍ଧ ହେଉଥିବାରୁ ଏହାର ଚାହିଦା ଟିକେ ବେଶି। ଭେଜ୍‌ ହଉ କିମ୍ବା ପନିର୍‌ ପିଜା ହଉ କାହାକୁ ବା ଭଲ ନ ଲାଗେ। ତେବେ ଇଟାଲିର ଏହି ଖାଦ୍ୟଟି ଏବେ ଏକ ରକମର ସାରା ବିଶ୍ୱରେ ପ୍ରସିଦ୍ଧ ହେବାରେ ଲାଗିଛି।

ନିକଟରେ ଇତାଲିର କିଛି ସେଫ୍‌ ମିଶି ସବୁଠାରୁ ଦାମିିକିଆ ପିଜା ତିଆରି କରି ଏବେ ବେଶ୍‌ ଚର୍ଚ୍ଚାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ୍‌ ସତ ଯେ ପିଜାରୁ ଗୋଟାଏ ଥର ପାଟିରେ ନେବା ଚାହୁଁଥିଲେ ଆପଣଙ୍କୁ ୭୭ ଲକ୍ଷ ଟଙ୍କା ଦେବାକୁ ହେବ। ଏହି ପିଜାର ନାମ ‘ଲୁଇସ୍‌-ଏକ୍ସ୩’। ପିଜାଟି ହେଉଛି ଏବେ ସୁଦ୍ଧା ବିଶ୍ୱର ସବୁଠାରୁ ଦାମୀ।

ସେଫ୍‌ ରେନାଟୋ ଭିଓଲାଙ୍କ କହିବା ମୁତାବକ ଏହାକୁ ତିଆରି କରିବା ପାଇଁ ୭୨ ଘଣ୍ଟା ସମୟ ଲାଗିଛି। ପିଜାଟି ୨୦ ସେଣ୍ଟି ମିଟରର। ତେବେ, ଏହାକୁ ତିଆରି କରିବା ପାଇଁ ୩ ସେଫ୍‌ ନିୟୋଜିତ ହୋଇଥିଲେ। ପିଜାରେ ବ୍ୟବହୃତ ଅନେକ ସାମଗ୍ରୀ ଫ୍ରାନ୍ସ ଏବଂ ଇଟାଲିର ବୋଲି ସେଫ୍‌ କହିଛନ୍ତି।

ସମ୍ବନ୍ଧିତ ଖବର