୭୦ବର୍ଷ ବୟସରେ ମା’ ହୋଇ ସୃଷ୍ଟି କରିଥିଲେ ବିଶ୍ୱ ରେକର୍ଡ, ଜାଣନ୍ତୁ ରଜୋ ଦେବୀଙ୍କ ପୂରା କାହାଣୀ

ହିସାର: ବିବାହ ପରେ ସବୁ ନାରୀମାନେ ମା’ ହେବାର ସ୍ୱପ୍ନ ଦେଖିଥାନ୍ତି । ମା’ହେବାରେ ଗୋଟେ ନାରୀ ସମ୍ପୁର୍ଣ୍ଣ ହୁଏ ବୋଲି କୁହାଯାଉଥିବା ବେଳେ ପିଲା ଜନ୍ମ କରି ନ ପାରିଲେ ମହିଳାଙ୍କୁ ଅନେକ ଯାତନା ସହିବାକୁ ପଡ଼ିଥାଏ । ଠିକ୍‌ ସେଭଳି ଘଟିଥିଲା ହରିୟାଣାର ହିସାରରେ ରହୁଥିବା ରଜୋ ଦେବୀ ଲୋହାନଙ୍କ ସହ । ବିବାହ ପରେ ସେ ମା’ ହୋଇ ପାରି ନଥିଲେ । ବିବାହର ୫୫ବର୍ଷ ପର୍ଯ୍ୟନ୍ତ ସେ ମା’ ହୋଇ ପାରିନଥିବାରୁ ତାଙ୍କ ମନରେ ଏକ ଅବସୋସ ରହି ଯାଇଥିଲା । କିନ୍ତୁ ୭୦ବର୍ଷ ବୟସରେ ନଭେମ୍ବର ୨୮,୨୦୦୮ରେ ସେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ନଭେମ୍ବର ୨୮,୨୦୧୮କୁ ରଜୋ ଦେବୀଙ୍କ ଝିଅ ୧୦ବର୍ଷର ହେବାକୁ ଯାଉଥିବା ବେଳେ ତାଙ୍କ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୭୦ବର୍ଷ ବୟସରେ ସେ ମା’ ହୋଇ ଦୁନିଆରୁ ସବୁଠାରୁ ଅଧିକ ବୟସ୍କ ମା’ ହେବାରେ ବିଶ୍ୱ ରେକର୍ଡ଼ ସୃଷ୍ଟି କରିଥିଲେ । ରଜୋ ଦେବୀଙ୍କ କହିବା ଅନୁଯାୟୀ, ୭୦ବର୍ଷ ବୟସରେ ମା’ ହେବା ସହଜ ନଥିଲା । ପ୍ରସବ ପରେ ମୁଁ ଦୁର୍ବଳ ହୋଇ ଯାଇଥିଲି । କିନ୍ତୁ ଏବେ ମୁଁ ଏବଂ ମୋ ଝିଅ ଦୁହେଁ ସୁସ୍ଥ ଅଛୁ । ତା’ର ବିବାହ ପର୍ଯ୍ୟନ୍ତ ମୁଁ ସୁସ୍ଥ ରୁହେ ଏହା ହିଁ ମୋର ଆଶା ।

Dainik Bhaskar

ସୂଚନା ମୁତାବକ, ମା’ ହେବାର ଇଚ୍ଛା ପାଇଁ ରଜୋ ଦେବୀ ଆଇଭିଏଫ୍‌ ଉପାୟ ଆପଣାଇଥିଲେ । ଏହି ଉପାୟ ମାଧ୍ୟମରେ ମା’ ହୋଇ ପାରୁ ନଥିବା ମହିଳାମାନେ ଆଜି ମା’ ହେବାର ସୌଭାଗ୍ୟ ଅର୍ଜନ କରି ପାରୁଛନ୍ତି ।

ସମ୍ବନ୍ଧିତ ଖବର