ବିଶ୍ବର ସବୁଠାରୁ ମନ୍ଥର ଘୋଡ଼ାଦୌଡ଼

ସାଧାରଣତଃ ଘୋଡ଼ା-ଦୌଡ଼ ବେଗ ସହ ସ˚ପୃକ୍ତ କ୍ରୀଡ଼ା ବା ମନୋର˚ଜନ। ଏଥି ପାଇଁ ବାଜି ଲାଗେ; ଅନୁମାନ ଲଗାଯାଏ। କେହି କେହି ଏଥିରୁ ବିପୁଳ ପରିମାଣର ଅର୍ଥ କମାଉଥିବା ବେଳେ କେହି କେହି ସର୍ବସ୍ବାନ୍ତ ମଧ୍ୟ ହୁଅନ୍ତି। ତେବେ, ଜାପାନ ଅନ୍ତର୍ଗତ ହୋକାଇଡୋ ଦ୍ବୀପରେ ଘୋଡ଼ାଙ୍କ ମଧ୍ୟରେ ଧୀର ଦୌଡ଼ ଅନୁଷ୍ଠିତ ହୁଏ, ଯାହା ଏକ ବିରଳ କ୍ରୀଡ଼ା ପଦବାଚ୍ୟ। ଏଥିରେ ବାନେଇ ବା ବାନବା ଘୋଡ଼ାଙ୍କୁ ଦଉଡ଼ାଯାଏ। ଏହି ଘୋଡ଼ା ବେଶ୍‌ ଶକ୍ତିଶାଳୀ ଏବ˚ ଅନ୍ୟ ଘୋଡ଼ାଙ୍କ ତୁଳନାରେ ଅଧିକ ଭାର ବହନ କରିବାକୁ ସକ୍ଷମ। ବାନେଇ ଘୋଡ଼ା ଓଜନରେ ବାର ଶହ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ବଢ଼ିଥାଏ। ଏହା ଏକ ସ˚କର ଜାତୀୟ ଘୋଡ଼ା। ଜାପାନୀମାନେ ଏକଦା ଫ୍ରାନ୍‌ସ ଓ ବେଲ୍‌ଜିଅମ୍‌ର ସ୍ଥାନୀୟ ଅଶ୍ବ ମଗାଇ, ସେମାନଙ୍କ ମଧ୍ୟରେ ପ୍ରଜନନ କରାଇ, ଏହି ସ˚କର ଘୋଡ଼ା ସୃଷ୍ଟି କରିଥିଲେ। କ୍ରମେ ଏହା ସ˚ପୂର୍ଣ୍ଣ ଜାପାନୀ ଘୋଡ଼ା ହୋଇଯାଇଥିବା ଜଣାଯାଏ। ଧୀର ଘୋଡ଼ା ଦୌଡ଼ରେ ସେମାନଙ୍କୁ ଏକ ଟନ୍‌ ପର୍ଯ୍ୟନ୍ତ ଭାର ଟାଣି ଅଗ୍ରସର ହେବାକୁ ପଡ଼େ। ପୁଣି, ପଥରେ ଏକାଧିକ ପ୍ରତିବନ୍ଧର ସାମନା କରିବାକୁ ହୁଏ। ତେଣୁ, ସ୍ବାଭାବିକ ଭାବେ ବେଗ ଧୀର ହୋଇଥାଏ। ଏହା ଜାପାନର ଏକ ଲୋକପ୍ରିୟ ମନୋର˚ଜନ। ଦର୍ଶକ ଟିକେଟ୍‌ କାଟି, ଉପଭୋଗ କରନ୍ତି।

ସମ୍ବନ୍ଧିତ ଖବର