କୃମି ପ୍ରସ୍ତୁତ ଖାଦ୍ୟ!

ପ୍ରତି ବର୍ଷ ଶରତ ଋତୁର ଶେଷ ଭାଗରେ ଭିଏତନାମର ଉତ୍ତରାଞ୍ଚଳ ବିଶେଷତଃ ହାନୋଇର ରାସ୍ତା କଡ଼ରେ ଏକ ବିଶେଷ ଖାଦ୍ୟ ବହୁ ପରିମାଣରେ ବିକ୍ରି ହୁଏ। ସ୍ଥାନୀୟ ଭାଷାରେ ଏହାର ନାମ- ସା ରୁଇ। ଏହାର ବିଶେଷତ୍ବ ହେଉଛି, ଏହା ଏକ ପ୍ରକାରର ସାମୁଦ୍ରିକ କୃମିରେ ପ୍ରସ୍ତୁତ କରାଯାଏ। ଏହା ସେହି ଅଞ୍ଚଳର ଏକ ପାର˚ପରିକ ଲୋକପ୍ରିୟ ଖାଦ୍ୟ।

ଏଥିରେ ବ୍ୟବହୃତ ସାମୁଦ୍ରିକ କୃମିର ଲମ୍ବ ଦୁଇ ଇନ୍‌ଚ। ଏହି କୃମି ସମୁଦ୍ରରେ ରହନ୍ତି। ତେବେ, ଶରତ ଋତୁ ଶେଷ ହୋଇଆସୁଥିବା ବେଳେ ବହୁ ସ˚ଖ୍ୟାରେ ତଟବର୍ତ୍ତୀ ଅଞ୍ଚଳକୁ ଉଠିଆସନ୍ତି ଏବ˚ ବାଲି ଉପରେ ମେଞ୍ଚାମେଞ୍ଚା ହୋଇ ଆଖିରେ ପଡ଼ନ୍ତି। ନିର୍ଦିଷ୍ଟ ଭାବେ କେଉଁ କାରଣରୁ ଉଠିଆସନ୍ତି ଅଜଣା। ଏହାକୁ ବାଟି, ବିଭିନ୍ନ ପ୍ରକାରର ଗୁଳ୍ମ ମିଶାଇ ପିଠା ପ୍ରସ୍ତୁତ କରାଯାଏ। ଏହି ପିଠା ବେଶ୍‌ ସ୍ବାଦିଷ୍ଠ ବୋଲି ଭିଏତନାମିଜ୍‌ମାନେ କହନ୍ତି।

ସମ୍ବନ୍ଧିତ ଖବର