ବେଜିଂ: ଚାଇନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ୫ମାସର ଶିଶୁର ଆଖିରୁ ୧୧ଟି ପୋକ ବାହାରିଥିବା ଡାକ୍ତର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଚାଇନାର ଡଙ୍ଗ୍ ଡଙ୍ଗ୍ ନାମକ ୫ ମାସର ଶିଶୁ ଆଖିରେ ଅନେକ ଦିନ ହେବ କଷ୍ଟ ଅନୁଭବ ହେଉଥିଲା। ମା’ ଶିଶୁଟି ଆଖିର ଏଭଳି ଅବସ୍ଥା ଦେଖି ତାକୁ ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ସମସ୍ତ ପରୀକ୍ଷା ପରେ ଡାକ୍ତର ଶିଶୁଟିର ଆଖିରେ ନେମାଟୋଡ୍ ଇନେ୍ଫକ୍ସନ୍ ହୋଇଥିବା ଜାଣିବାକୁ ପାଇଥିଲେ। ଏହି କାରଣରୁ ଶିଶୁ ଆଖିରେ ପୋକ ହୋଇଯାଇଛି ବୋଲି କହିଥିଲେ ଡାକ୍ତର। ଏହି ପ୍ରକାର ଇନେ୍ଫକ୍ସନ୍ ଜୀବାଣୁ ସାଧାରଣତଃ ପଶୁମାନଙ୍କଠାରେ ଦେଖିବାକୁ ମିଳିଥାଏ।
ଯାଞ୍ଚରୁ ପଡ଼ୋଶୀ ଘରେ ରହୁଥିବା କୁକୁରଠାରୁ ଶିଶୁଟିକୁ ଏହି ଇନ୍ଫେକସନ୍ ବ୍ୟାପିଥିବା ଜଣାପଡ଼ିଥିଲା। ଜୀବାଣୁଗୁଡ଼ିକ ଶିଶୁଟିର ଆଖିଡ଼ୋଳା ପାଖରେ ଛନ୍ଦି ହୋଇ ରହିଥିଲା। ଡଙ୍ଗ୍ ଡଙ୍ଗ୍ ଆଖିରୁ ଏହି ଜୀବାଣୁ ବାହାର କରିବା ପାଇଁ ଡାକ୍ତରଙ୍କୁ ୨୧ ମିନିଟ୍ ସମୟ ଲାଗିଥିଲା। ଡଙ୍ଗ୍ ଡଙ୍ଗ୍ ଆଖିରୁ ୧୧ଟି ଜୀବାଣୁ ବାହାରଯିବା ପରେ ବର୍ତ୍ତମାନ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/sei_35768109-a45b.jpg)