ଭୋପାଲ: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦବରୀ ଜିଲ୍ଲାରେ ସ୍ଥାନୀୟ ଲୋକମାନେ ଜଣକ ଘରେ ସାପ ପଶିଥିବା ଦେଖିବାକୁ ପାଇଥିଲେ। ସାପଟି କାଳେ କାହାକୁ କାମୁଡ଼ି ଦେବ ସେ ଭୟରେ ଲୋକେ ତାକୁ ବାଡେଇ ବାଡେଇ ଗମ୍ଭୀର ଭାବେ ଆହତ କରି ପକାଇଥିଲେ। ଏହି ସମୟରେ ଅନ୍ୟ କିଛି ସ୍ଥାନୀୟଲୋକ ସାପଟିକୁ ସେହି ଲୋକମାନଙ୍କ କବଳରୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ। ଏଠାରେ ପଶୁ ଡାକ୍ତର ସାପଟିର ଚିକିତ୍ସା କରି ମେରୁଦଣ୍ଡର ଅସ୍ତ୍ରୋପଚାର କରି ଆଠଟି ଷ୍ଟିଚ୍ ପକାଇଥିଲେ। ଡାକ୍ତରଙ୍କ କହିବାନୁସାରେ, ଅସ୍ତ୍ରୋପଚାର ପରେ ସାପଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ରାମଚନ୍ଦ୍ରପୁରମ୍ ଗ୍ରାମରେ ବସବାସ କରୁଥିବା ବହ୍ମାନନ୍ଦ ନାମକ ଜଣେ ଚାଷୀଙ୍କ ଘରେ ଏକ ନାଗ ସାପ ପଶି ଥିବା ଦେଖିବାକୁ ମିଳିଥିଲା। ସାପକୁ ଦେଖି ସ୍ନେକ୍ ହେଲପ୍ ଲାଇନ୍କୁ ଫୋନ୍ କରି ଜଣାଇଥିଲେ। ସ୍ନେକ୍ ହେଲପ୍ ଲାଇନ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଲୋକମାନେ ସାପଟି କାଳେ କାମୁଡି ଦେବ ସେ ଭୟରେ ପିଟିବା ଆରମ୍ଭ କରି ଦେଇଥିଲେ। ଫଳରେ ସାପଟିର ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ସାପଟିକୁ ଗୁରୁତର ଅବସ୍ଥାରେ ଅନ୍ୟ ଲୋକମାନେ ସିଧା ହସ୍ପିଟାଲ ନେଇ ଚାଲି ଯାଇଥିଲେ। ଡାକ୍ତର ସାପ ମେରୁଦଣ୍ଡର ଅସ୍ତ୍ରୋପଚାର କରିଥିଲେ।