ରିପୋର୍ଟ ଆସିବା ପୂର୍ବରୁ କରୋନା ସନ୍ଦିଗ୍ଧଙ୍କ ଅନ୍ତିମ ସଂସ୍କାର କରିଦେଲେ ମେଡିକାଲ କର୍ତୃପକ୍ଷ

ଅହମ୍ମଦାବାଦ: ଦେଶରେ କରୋନା ଭୂତାଣୁ ଅଧିକ ଥିବା ସହର ମଧ୍ୟରୁ ଗୁଜୁରାଟର ଅହମ୍ମଦାବାଦ ଅନ୍ୟତମ | ସହରରୁ ୧୧ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଏଭଳି ଏକ ସମ୍ବେଦନଶୀଳ ସ୍ଥିତିରେ ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ କିଛି ଦିନ ପୂର୍ବରୁ ଦେବ୍ରମ ଭାଇ ଭିସିକରଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଥିବାବେଳେ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା | ଏହା ମଧ୍ୟ କୋଭିଡର ଏକ ଲକ୍ଷଣ ହୋଇଥିବାରୁ ମେ ୨୮ ରେ କୋଭିଡ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ମେ ୨୯ ରେ ତାଙ୍କର ମୃତ୍ୟୁ ହୋଇଥିଲା।

କିନ୍ତୁ ତାଙ୍କର କୋଭିଡ ରିପୋର୍ଟ ଆସି ନଥିଲା । ଡାକ୍ତରୀ ନିୟମ କହୁଛି ଯେ ରିପୋର୍ଟ ବିଚାରାଧୀନ ଥିଲେ ମଧ୍ୟ କୋଭିଡ ସନ୍ଦିଗ୍ଧଙ୍କ ଅନ୍ତିମ ସଂସ୍କାର କେବଳ କୋଭିଡ ପ୍ରୋଟୋକଲ ଅନୁଯାୟୀ କରାଯିବ। ତେବେ ମେ ୨୯ରେ ଅନ୍ତିମ ସଂସ୍କାର କରାଯିବା ବେଳେ ପରିବାର ଲୋକ ଉପସ୍ଥିତ ଥିଲେ | ପରଦିନ ସକାଳେ, ମେ ୩୦ରେ ଡାକ୍ତରଖାନାରୁ ପରିବାର ସମ୍ପର୍କୀୟଙ୍କ ପାଖକୁ ଫୋନ ଆସିଥିଲା ଯେ ‘ତୁମର ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି | ସେଥିପାଇଁ ଆମେ ସେମାନଙ୍କୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରୁଛୁ’ |

cdc

ଏହା ଶୁଣି ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଦେବ୍ରମ ଭାଇ ଭିସିକରଙ୍କ ଅନ୍ତିମ ସଂସ୍କାର ସାରି ଆସିବା ପରେ କିଭଳି ପୁଣି ଫୋନ ଆସିଲା ତାହାକୁ ନେଇ ପରିବାର ବର୍ଗ ଆଶ୍ଚର୍ଯ୍ୟ ହୋଇପଡିଥିଲେ | ତା’ପରେ ଡାକ୍ତରଖାନାକୁ ଯିବାପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। କିନ୍ତୁ କରୋନା ରିପୋର୍ଟ ନେଗେଟିଭ ଥିବାର ଜଣାପଡିଥିଲା | ବିଚାରାଧୀନ ରିପୋର୍ଟ ବିଷୟରେ ସୂଚନା ଦେବା ପାଇଁ ଏହା କେବଳ ଏକ ବିଳମ୍ବିତ କଲ ଥିଲା ବୋଲି ଜଣାପଡିଥିଲା |

ସମ୍ବନ୍ଧିତ ଖବର