ଯୁଦ୍ଧ ସମୟରେ ଗୁପ୍ତାଙ୍ଗରେ ଆଘାତ ଲାଗିବା ପରେ ଚିକିତ୍ସା ପାଇଁ ଭାରତ ଆସିଲେ ୟେମେନ ଯୁବକ, ବେଙ୍ଗାଲୁରୁରେ ହେଲା ସଫଳ ଲିଙ୍ଗ ପୁନଃନିର୍ମାଣ ଅସ୍ତ୍ରୋପଚାର

ନୂଆଦିଲ୍ଲୀ : ଭାରତରେ ପୁଣି ଏକ ଚମତ୍କାର ଦେଖିବାକୁ ମିଳିଛି । ଗୁପ୍ତାଙ୍ଗରେ ଆଘାତ ଲାଗିବା ପରେ ଚିନ୍ତାଗ୍ରସ୍ତ ଥିବା ଯୁବକଙ୍କୁ ନୂଆ ଜୀବନ ଦେଇଛନ୍ତି ଭାରତୀୟ ଡ଼ାକ୍ତର । ଲିଙ୍ଗ ପୁନଃନିର୍ମାଣ ଅସ୍ତ୍ରୋପଚାର କରି ବେଙ୍ଗାଲୁରୁରେ ଥିବା ଆପୋଲୋ ହସ୍ପିଟାଲର ଡ଼ାକ୍ତରୀ ଟିମ୍‌ ୟେମେନର  ଯୁବକଙ୍କ ପୁଣି ଥରେ ବଞ୍ଚିବାର ଆଶା ଦେଇଛନ୍ତି । ଅସ୍ତ୍ରୋପଚାର  ଅଗଷ୍ଟ ମାସରେ ହୋଇଥିବା ବେଳେ ଏବେ ଯୁବକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ଦେଶକୁ ଫେରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗତ ବର୍ଷ ୟେମେନରେ ହୋଇଥିବା ଯୁଦ୍ଧ ଚାଲିଥିବା ବେଳେ ଯୁବକଙ୍କ ଗୁପ୍ତାଙ୍ଗରେ ଆଘାତ ଲାଗିଥିଲା । ଚିକିତ୍ସା ପରେ ପରେ ଯୁବକ ଠିକ୍‌ ଭାବରେ ପରିସ୍ରା ନ କରି ପାରିବା ସହ ଚାଲି ମଧ୍ୟ ପାରୁ ନ ଥିଲେ । ନିଜର ଏହି ସମସ୍ୟା ପାଇଁ ଯୁବକ ବୁର୍‌ଖା ପିନ୍ଧିବା ସହ ମହିଳା ଶୌଚାଳୟ ବ୍ୟବହାର କରିବା ଆରମ୍ଭ କରିଥିଲେ । ଗୋଟେ ବର୍ଷ ପରେ ସେ ଭାରତରେ ଚିକିତ୍ସା ସମ୍ଭବ ବୋଲି ଜାଣି ବେଙ୍ଗାଲୁରୁରେ ପହଞ୍ଚିଥିଲେ ।

indiatimes.com

ଆପୋଲୋ ହସ୍ପିଟାଲର ଡ଼ାକ୍ତରୀ ଟିମ୍‌ ଯୁବକଙ୍କ ମୁହଁରେ ହସ ଆଣିବା ପାଇଁ ଅସ୍ତ୍ରୋପଚାର ପ୍ରସ୍ତୁତି ଆରମ୍ଭ କରିଥିଲେ । ଅସ୍ତ୍ରୋପଚାର କରିବା ପାଇଁ ୮ଘଣ୍ଟା ସମୟ ଲାଗିଥିବା ବେଳେ ଯୁବକଙ୍କ ବାହୁରୁ ଚର୍ମ ନିଆ ଯାଇ ଅସ୍ତ୍ରୋପଚାର  କରାଯାଇଥିଲା । ୮ଘଣ୍ଟା ମଧ୍ୟରେ ଡ଼ାକ୍ତରୀ ଟିମ୍‌ ଗୁପ୍ତାଙ୍ଗର ଶିରା ଯୋଡ଼ିବାରେ ସଫଳ ହେବା ସହ ଯୁବକ ସ୍ପର୍ଶକୁ ଅନୁଭବ କରି ପାରିଥିଲେ ।

ସମ୍ବନ୍ଧିତ ଖବର