ନୂଆଦିଲ୍ଲୀ: ଚଳିତବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାରରେ ଏକ ଅତ୍ୟନ୍ତ ବିରଳ ସଂଯୋଗ ଘଟିଛି । ଏହି ଦିନରେ ଗଜାନନ ସଙ୍କଷ୍ଠୀ ଚତୁର୍ଥୀ ମଧ୍ୟ ପ୍ରଥମ ଶ୍ରାବଣ ସୋମବାରରେ ପଡ଼ୁଛି । ଏହାର ଅର୍ଥ ହେଉଛି, ଆସନ୍ତାକାଲି ପିତା-ପୁତ୍ରଙ୍କ ପୂଜା ପାଇଁ ଏକ ଶୁଭ ଦିନ ହେବ ।
ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ ଜୁଲାଇ ୧୧ରୁ ଆରମ୍ଭ ହୋଇସାରିଛି । ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର ଯାହାକି ଶିବ ଭକ୍ତମାନଙ୍କ ପାଇଁ ଏକ ବିଶେଷ ଧାର୍ମିକ ଦିନ । ଶ୍ରାବଣ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ପଡୁଛି ଶ୍ରାବଣର ପ୍ରଥମ ସୋମବାର ଏଥିସହ ଗଜାନନ ସଙ୍କଷ୍ଠୀ ଚତୁର୍ଥୀ ମଧ୍ୟ ପଡୁଛି ଅର୍ଥାତ ଭଗବାନ ଗଣେଶଙ୍କୁ ସମର୍ପିତ କରାଯାଇଥାଏ । ଗୋଟିଏ ଦିନରେ ଭୋଲେନାଥ ଓ ଗଜାନନଙ୍କ ବିଶେଷ ଉପବାସ କଲେ ଅତ୍ୟନ୍ତ ଫଳପ୍ରଦ ହେବ। ଶ୍ରଦ୍ଧାଳୁମାନେ ଏହିଦିନରେ ପିତା-ପୁତ୍ରଙ୍କୁ ପୂଜା କରି ଶୁଭଫଳ ତଥା ଆଶୀର୍ବାଦ ପାଇପାରିବେ।

ଶ୍ରାବଣର ପ୍ରଥମ ସୋମବାରରେ ୫ଟି ଶୁଭ ସଂଯୋଗ ରହିଛି...ଆୟୁଷ୍ମାନ ଯୋଗ, ଶୁଭକାମନା ଯୋଗ, ଧନିଷ୍ଠ ଯୋଗ, ଶିବ ବାସ ଯୋଗ ଗଜାନନ ସଙ୍କଷ୍ଠୀ ଚତୁର୍ଥୀର ଯୋଗ । ଆସନ୍ତାକାଲି ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ। ତାଙ୍କୁ ତିଳକ ଲଗାଇ ମୋଦକ ଅର୍ପଣ କରନ୍ତୁ। ଏହାପରେ, ଶିବଲିଙ୍ଗରେ ଜଳ ଅର୍ପଣ କରି ବେଲପତ୍ର, ଫୁଲ, ଭାଙ୍ଗ, ଧାତୁରା ଆଦି ଅର୍ପଣ କରନ୍ତୁ ଓ ଦୀପ ଜାଳନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/07/13/new-project-16-2025-07-13-19-55-18.jpg)