ଭୁବନେଶ୍ବର: ଆଜି ବିଶ୍ବ ଯୋଗ ଦିବସ। ଯୋଗ ମଣିଷକୁ ସୁସ୍ଥ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ଆମେ ପଢ଼ିବା ଉପକାରୀ ସେତୁ ବନ୍ଧ ଆସନ ଯୋଗ ବିଷୟରେ।

Advertisment

ଏହି ଯୋଗରେ ବ୍ୟକ୍ତିକୁ ପିଠି ଦେଇ ସିଧା ହୋଇ ଶୋଇବାକୁ ପଡ଼ିଥାଏ। ତା’ପରେ ଆଣ୍ଠୁରୁ ପାଦ ପର୍ଯ୍ୟନ୍ତ ଗୋଡ଼କୁ ଭୂମିରେ ସିଧ‌ା କରି ରଖିବାକୁ ପଡ଼ିବ; ‌‌ଗୋଇଠି ଯେପରି ନତମ୍ବକୁ ଛୁଇଁବ। ପାଦ, ଆଣ୍ଠୁ ଓ ନିତମ୍ବ ଚଉଡ଼ାରେ ଛାଡ଼ି ହୋଇକି ରହିବ।

ପ୍ରଥମରେ ବଳା ଗଣ୍ଠିକୁ ହାତରେ ଧରି ନିତମ୍ବ ଉଠାଇ ପିଠିକୁ ଉପରକୁ ବଙ୍କାଇବାକୁ ପଡ଼ିବ। ପାଦ ଓ କାନ୍ଧର ସ୍ଥିତି ବଦଳିବ ନାହିଁ। ଶେଷ ସ୍ଥିତିରେ ମୁଣ୍ଡ, ବେକ, କାନ୍ଧ, ହାତ ଓ ପାଦ ଉପରେ ପୂରା ଦେହର ଓଜନ ରହିବ।

ପ୍ରାରମ୍ବିକପ ସ୍ଥିତିରେ ଗଭୀର ନିଶ୍ବାସ ନେବା ସହ ଶେଷ ସ୍ଥିତିରେ ନିଶ୍ବାସ ଭି‌ତରେ ରଖିବାକୁ ପଡ଼ିଥାଏ। ନହେଲେ ଶେଷ ସ୍ଥିତିରେ ଧୀର ଭାବେ ନିଶ୍ବାସ ନିଆଯାଏ। ୫ରୁ ୧୦ ଚକ୍ର ଏହି ଅଭ୍ୟାସ କଲେ ଭଲ।

ତେବେ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପେପ୍‌ଟିକ୍‌ ବା ଗ୍ରହଣୀ ଅଲ୍‌ସର୍‌ ବା ଉଦାରୀୟ ହାର୍ନିୟା ଭୋଗୁଥିବା ବ୍ୟକ୍ତିଙ୍କୁ ଏହି ଆସନ କରିବା ମନା। ସେହିପରି ଆନନ୍ନ ପ୍ରସବ ମହିଳାଙ୍କୁ ମଧ୍ୟ ଏହି ଆସନ କରିବାକୁ ବାରଣ କରାଯାଇଛି।

ମେରୁଦଣ୍ଡକୁ ପୂର୍ଣ୍ଣ ସଳଖିବାକୁ ପାଇଁ ଏହି ଆସନ କରାଯାଏ। ଏହି ଆସନ କରିବା ଦ୍ବାରା ଝୁଲା କାନ୍ଧ ଦୂର ହୁଏ ଓ ପିଠି ପୀଡ଼ା ଉପଶମ ହୁଏ। ଅଙ୍ଗ କାର୍ଯ୍ୟକ୍ଷମ ହୁଏ। ଋତୁସ୍ରାବ ସମସ୍ୟା, ଅଙ୍ଗଚ୍ୟୁତି, ଶ୍ବାସରୋଗ, ଅନ୍ୟାନ୍ୟ ବ୍ରୋଙ୍କିଆଲ୍‌ ଓ ଜଳଗ୍ରନ୍ଥି ସମସ୍ୟାର ଗୌଗିକ ଚିକିତ୍ସା ପାଇଁ ଏହି ଆସନ ବ୍ୟବହାର କରାଯାଏ।