ଦୈନଦିନ ଜୀବନରେ ଆମେ ବିଭିନ୍ନପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛେ ଏବଂ ଏଥିରୁ ମୁକ୍ତି ପାଇଁ ଆମେ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରୁଛେ। ରୋଗରୁ ମୁକ୍ତି ପାଇଁ ନିତିଦିନ ଯଦି ଆମେ ବ୍ୟାୟାମ ଓ ଆସନ କରିବା ଆମେ ‌ସେଥିରୁ ଆରାମ ପାଇପାରିବା। ସେହିପରି କିଛି ମହିଳାଙ୍କ କ୍ଷେତ୍ରରେ ପିରିୟଡ୍‌ ସମୟରେ ତଳିପେଟ ଯନ୍ତ୍ରଣା ସହିତ ଦେହ ହାତ ଘୋଳାବିନ୍ଧା ହୋଇଥାଏ। ସେଥିପାଇଁ ବିଭିନ୍ନ ଯୋଗାସନ ରହିଛି, ଯାହାଦ୍ବାରା ଆମକୁ ଆରାମ ମିଳିଥାଏ।

Advertisment

ବାଲାସନ ଏକ ଅତି ସହଜ ଯୋଗାସନ। ଏଥିପାଇଁ ପ୍ରଥମେ ଦୁଇ ଗୋଡ଼କୁ ଆଣ୍ଠୁରୁ ବଙ୍କା କରି ଏବଂ ତଳକୁ ନଇଁ ଏବଂ ମୁଣ୍ଡକୁ ରଖି ବଜ୍ରାସନରେ ବସନ୍ତୁ। ଆପଣଙ୍କ ହାତ ସାମ୍ନାରେ ରଖନ୍ତୁ। ପ୍ରାୟ ୩୦ ସେକେଣ୍ଡ୍‌ ପାଇଁ ଏହି ପୋଜିସନ୍‌ରେ ରହନ୍ତୁ। ଏହି ଆସନ କେବଳ ପିରୟଡ୍‌ ବା ମାସିକ ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ଦିଏ ନାହିଁ ବରଂ ନମନୀୟତା ମଧ୍ୟ ବୃଦ୍ଧି କରେ। ଋତୁସ୍ରାବ ସମୟରେ ଯନ୍ତ୍ରଣା କମାଇବା ସହିତ ପରିସ୍ରା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବାରେ ବଜ୍ରାସନ ଲାଭଦାୟକ। ଏହି ଆସନ ଆପଣଙ୍କ ପେଲ୍‌ଭିକ୍‌ ଫ୍ଲୋର୍‌ ମାଂସପେଶୀକୁ ମଜବୁତ କରେ ଏବଂ ଚାପ ମଧ୍ୟ ହ୍ରାସ କରେ। ଏହା କରିବା ପାଇଁ, ଆପଣଙ୍କ ଗୋଡ଼କୁ ମୋଡ଼ି ବସନ୍ତୁ ଏବଂ ଆପଣଙ୍କ ପିଠି ସିଧା ରଖନ୍ତୁ। ଏହା ହଜମ ପାଇଁ ମଧ୍ୟ ବହୁତ ଲାଭଦାୟକ ଏବଂ ଖାଇବା ପରେ ମଧ୍ୟ ଏହା କରାଯାଇପାରିବ। 

ପ୍ରଜାପତି ଆସନ ମଧ୍ୟ ବହୁତ ଲାଭଦାୟକ। ଏହି ଆସନ ପ୍ରଜନନ ଅଙ୍ଗକୁ ମଧ୍ୟ ଶକ୍ତିଶାଳୀ କରିଥାଏ ଏବଂ ଗର୍ଭାବସ୍ଥାରେ ଏହା ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ଆସନ ଆପଣଙ୍କୁ ଚାପରୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରେ। ଏହି ଆସନଗୁଡ଼ିକ କରିବା ଦ୍ୱାରା ମହିଳାମାନେ ମାସିକ ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତି ଏବଂ ଥାଇରଏଡ୍‌ରୁ ସୁରକ୍ଷିତ ରହନ୍ତି। ଏଗୁଡ଼ିକ ପ୍ରଜନନ ସ୍ବାସ୍ଥ୍ୟକୁ ମଧ୍ୟ ଉନ୍ନତ କରନ୍ତି। ଋତୁସ୍ରାବ ସମୟରେ ମୁଡ୍‌ ସୁଇଂ ହୋଇଥାଏ। ସେଥିପାଇଁ ମହିଳାମାନେ ଅନୁଲୋମ-ବିଲୋମ କରିବା ଉଚିତ। ଏହି ଆସନ କରିବା ଦ୍ୱାରା ଶାନ୍ତି ଅନୁଭବ ହୁଏ ଏବଂ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।