ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି, ସେମାନଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯିବା ଉଚିତ

ନୂଆଦିଲ୍ଲୀ: ପୁଣି ନିଜର ବୟାନାଜି ଲାଗି ଚର୍ଚ୍ଚାରେ ଯୋଗଗୁରୁ ବାବା ରାମଦେବ। ସେ ପତଞ୍ଜଳି ପରିଧାନର ଏକ ସୋ’ରୁମ୍‌ ଉଦ୍‌ଘାଟନ ଅବସରରେ କହିଛନ୍ତି ଯେ ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି, ସେମାନଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯିବା ଉଚିତ। ଦେଶର ଜନସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା ଲାଗି ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।


ଯୋଗ ଗୁରୁ ବାବା ରାମଦେବ ସ୍ୱର୍ଣ୍ଣ ଜୟନ୍ତୀ ନଗରରେ ପତଞ୍ଜଳି ପରିଧାନର ସୋ’ରୁମ୍‌ ଉଦ୍‌ଘାଟନ ଅବସରରେ ଆହୁରି ମଧ୍ୟ କହିଛନ୍ତି ଦେଶର ୭୦ ବର୍ଷ ସ୍ୱାଧୀନତା ପରେ ଆମକୁ ରାଜନୈତିକ ସ୍ୱାଧୀନତା ତ ମିଳିଛି, ମାତ୍ର ଏଯାଏଁ ଆର୍ଥିକ ସ୍ୱାଧୀନତା ପ୍ରାପ୍ତ ହୋଇନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ସନ୍ତତି ଅଛନ୍ତି, ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ମଧ୍ୟ ମିଳିବା ଉଚିତ ନୁହେଁ। ଏପରିକି ସେମାନଙ୍କୁ ସ୍କୁଲ ଓ ହସ୍ପିଟାଲମାନଙ୍କରେ ମିଳୁଥିବା ସୁବିଧାରୁ ମଧ୍ୟ ବଞ୍ଚିତ କରାଯିବା ଉଚିତ। ସେ କହିଛନ୍ତି ବୈଦିକ ଶିକ୍ଷା ପଦ୍ଧତିକୁ ଅଗ୍ରସର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଏକ ବୋର୍ଡ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର