ଲୋକପ୍ରିୟ କଣ୍ଠଶିଳ୍ପୀ ଅରମାନ୍ ମଲିକ ନୂଆବର୍ଷରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ସେ ଜାନୁଆରି ୨ ତାରିଖରେ ତାଙ୍କ ପ୍ରେମିକା ତଥା ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ଆସ୍ନା ଶ୍ରଫ୍ଙ୍କୁ ବିବାହ କରିଛନ୍ତି। ବାହାଘର ପରେ ଅରମାନ୍ ତାଙ୍କ ଇନ୍ଷ୍ଟାରେ ଫଟୋ ସେୟାର୍ କରି ଲେଖିଛନ୍ତି, ‘ତୁ ହି ମେରା ଘର୍’; ଅର୍ଥାତ୍ ‘ତୁ ହିଁ ମୋ ଘର’। ଏହି ଧାଡ଼ିଟି ନିକଟରେ ରିଲିଜ୍ ହୋଇଥିବା ତାଙ୍କର ଏକ ଗୀତର ଟ୍ୟାଗ୍ ଲାଇନ୍। ଅନ୍ୟପକ୍ଷରେ ନବବିବାହିତ ଦମ୍ପତିଙ୍କୁ ପ୍ରଶଂସକମାନଙ୍କର ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ବିବାହ ସମୟରେ ଅରମାନ୍ ହାଲୁକା ଗୋଲାପୀ ରଙ୍ଗର ଓ ଆସ୍ନା ଗେରୁଆ ରଂଗର ପୋଷାକ ପିନ୍ଧି ବେଶ୍ ଆକର୍ଷଣୀୟ ଦିଶୁଛନ୍ତି। ଅରମାନ୍ ଓ ଆସ୍ନା ୨୦୧୭ ମସିହାରୁ ପରସ୍ପରଙ୍କୁ ଡେଟ୍ କରି ଆସୁଥିଲେ। ଦୁହେଁ ୨୦୨୩ ମସିହା ଅଗଷ୍ଟ ମାସରେ ସେମାନଙ୍କ ସଂପର୍କକୁ ବାହାରେ ସ୍ବୀକାର କରିଥିଲେ। ସେହିବର୍ଷ ଅକ୍ଟୋବର ମାସରେ ନିର୍ବନ୍ଧ ହୋଇଥିଲା। ୨୯ ବର୍ଷୀୟ ଅରମାନ୍ ନିଜ ପରିବାର ଓ ବନ୍ଧୁଙ୍କ ଉପସ୍ଥିତିରେ ଆସ୍ନାଙ୍କୁ ବିବାହ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp