ଚେନ୍ନାଇ: ଚେନ୍ନାଇର ଏକ ଆପାର୍ଟମେଣ୍ଟର ବାସିନ୍ଦାମାନେ ପଡ଼ୋଶୀ ତଥା ସଙ୍ଗରୋଧରେ ଥିବା ଏୟାର ଇଣ୍ଡିଆ ପାଇଲଟଙ୍କୁ ଭିନ୍ନ ଉପାୟରେ ଉତ୍ସାହିତ କରିଥିବା ଦେଖା ଯାଇଛି | ଦେଶର ଅନେକ ସ୍ଥାନରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି ଭେଦଭାବ କରାଯାଉଥିବା ଖବର ସାମ୍ନାକୁ ଆସୁଥିବା ବେଳେ ଚେନ୍ନାଇର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନନ୍ଦମ୍ବକକାମରେ ଥିବା ଆପାର୍ଟମେଣ୍ଟର ବାସିନ୍ଦାମାନେ ଏକ ଧନ୍ୟବାଦ ନୋଟ୍ ଲେଖି ଏୟାର ଇଣ୍ଡିଆ ପାଇଲଟଙ୍କ ଘର ଆଗରେ ଲଗାଇଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଛି |

Advertisment

Coronavirus: Chennai Apartment Residents Celebrate Pilot On Home ... NDTV.com

ସୂଚନା ମୁତାବକ, ମାର୍ଚ୍ଚ ୧୫ରେ ସେ ମସ୍କାଟରୁ ଫେରିବା ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଏୟାର ଇଣ୍ଡିଆର ପାଇଲଟ କ୍ୟାପଟେନ ମନୀଷ ଶର୍ମାଙ୍କୁ ୨୮ଦିନ ପାଇଁ ସଙ୍ଗରୋଧରେ ରହିବା ପାଇଁ କହିଥଲେ | ଚେନ୍ନାଇ କର୍ପୋରେସନ୍ ଅଧିକାରୀମାନେ ମଧ୍ୟ ତାଙ୍କ ଘରର ପ୍ରବେଶ ଦ୍ୱାରରେ ଏକ ସଙ୍ଗରୋଧ ନୋଟିସ୍ ଲଗାଇ ବିଲ୍ଡିଂ ବାସିନ୍ଦାଙ୍କୁ ପ୍ରୋଟୋକଲ୍ ବିଷୟରେ ଜଣାଇଥିଲେ। ଅନେକ ସ୍ଥାନରେ ସଙ୍ଗରୋଧରେ ଥିବା ଲୋକଙ୍କ ପ୍ରତି ଭେଦଭାବ କରାଯାଉଥିବା ବେଳେ ସଙ୍ଗରୋଧରେ ଥିବା ଲୋକଙ୍କୁ ଘରୁ ବାହାର କରିଦେଉଥିବା ଘଟଣା ଘଟିଥିବା ବେଳେ ନନ୍ଦମ୍ବକକାମରେ ଥିବା ଆପାର୍ଟମେଣ୍ଟରେ ଏହାର ଠିକ ଓଲଟା ଘଟିଛି | ଏହି ଆପାର୍ଟମେଣ୍ଟରେ ଲୋକମାନେ ଏୟାର ଇଣ୍ଡିଆର ପାଇଲଟ କ୍ୟାପଟେନ ମନୀଷ ଶର୍ମା ୨୮ଦିନ ପାଇଁ ସଙ୍ଗରୋଧରେ ରହିଥିବା ଜାଣି ଏକ ବିମାନର ଚିତ୍ର ଆଙ୍କିବା ସହ "ଆପଣଙ୍କର ସମସ୍ତ ସେବା ପାଇଁ ଆପଣଙ୍କୁ ଧନ୍ୟବାଦ କ୍ୟାପଟେନ ମନୀଷ। ଆପଣ ଆମର ହିରୋ" ବୋଲି ଏକ ନୋଟରେ ଲେଖିଛନ୍ତି।