ଏଭଳି ଭୁଲ କଲେ କେବେ ବି ମିଳିବ ନ‌ାହିଁ ଉବର କ୍ୟାବର ସେବା!

ଉବର ଜାରି କଲା ନୂଆ ଗାଇଡଲାଇନ୍। ଏହି ଗାଇଡ୍‌ଲାଇନ୍‌ ଅନୁସାରେ ଯଦି ଆପଣ ଏଭଳି ଭୁଲ କରନ୍ତି ତେବେ କେବେ ବି ପାଇପାରିବେ ନାହିଁ ଉବର କ୍ୟାବର ସେବା। ଆଜିକାଲି ଉବର ଟେକ୍ସି ସେବା ବଡ ସହରର ଲାଇଫ୍ ଲାଇନ୍ ହୋଇସାରିଛି । କିନ୍ତୁ ଯଦି ଆପଣ ନିଜ ଉବର କ୍ୟାବ୍ ଡ୍ରାଇଭର ସହିତ ବଦମାସୀ କରିବେ, ତେବେ ଆପଣ କେବେ ବି ଏହି ସେବା ବ୍ୟବହାର କରିପାରିବେ ନାହିଁ । ଉବର ଏକ ନୂଆ କମ୍ୟୁନିଟି ଗାଇଡଲାଇନ୍ ଜାରି କରିଛି, ଯାହା ହିସାବରେ ଯଦି ଆପଣ ଡ୍ରାଇଭର କିମ୍ବା ସାଥିରେ ଯାତ୍ରା କରୁଥିବା ଅନ୍ୟ ଲୋକଙ୍କ ସହ ଖରାପ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ବ୍ଲକ୍ କରିଦିଆଯିବ । ଏହାପରେ ଆପଣ କେବେ ବି ଉବର କ୍ୟାବର ବ୍ୟବହାର କରିପାରିବେ ନାହିଁ ।

ନୂଆ ଗାଇଡଲାଇନ୍ସ ମୁତାବକ, ଯେଉଁ ପ୍ରକାରର ଯାତ୍ରୀଙ୍କ ଅଭିଯୋଗ କ୍ରମେ ଡାଇଭର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ । ସେହିଭଳି ଡ୍ରାଇଭରର ଅଭିଯୋଗରେ ଯାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯାତ୍ରା ସମୟରେ ଡ୍ରାଇଭର କିମ୍ବା ସହଯାତ୍ରୀଙ୍କୁ ଅପଶବ୍ଦ କହିବା କିମ୍ବା ମାରପିଟ୍ କରିବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଡ୍ରାଇଭରଙ୍କ ଅଭିଯୋଗ ସହିତ ଯାତ୍ରୀଙ୍କୁ ଦିଆଯାଇଥିବା ରେଟିଙ୍ଗ ଉପରେ ମଧ୍ୟ ଦୃଷ୍ଟି ଦିଆଯିବ । କମ୍ୟୁନିଟି ଗାଇଡଲାଇନକୁ ବାରମ୍ବାର ଉଲ୍ଲଘଂନ କରୁଥିବା ଏବଂ ଦୀର୍ଘ ସମୟ ଧରି ଏଭରେଜ୍ ରେଟିଙ୍ଗରୁ କମରେ ରହୁଥିବା ଯାତ୍ରୀଙ୍କୁ ବ୍ଲକ୍ କରିଦିଆଯିବ । ଏଭଳି ଯାତ୍ରୀଙ୍କୁ କମ୍ପାନୀ ତରଫରୁ ଆଲର୍ଟ ମଧ୍ୟ ପଠାଯିବ । ଉବର ଡ୍ରାଇଭରଙ୍କ ପାଇଁ ସୁରକ୍ଷିତ ବଟନ୍ ମଧ୍ୟ ଲଗାଇଛି ।

ସମ୍ବନ୍ଧିତ ଖବର