କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଭାଗନେଇ ରୋଜଗାର କରିପାରିବେ ହଜାର ହଜାର ଟଙ୍କା!

କେନ୍ଦ୍ର ସରକାର ଲୋକମାନଙ୍କ ହିତ ପାଇଁ ଦେଶରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାଦ୍ୱାରା ଲୋକମାନେ ବେଶ୍‌ ଉପକୃତ ହେଉଛନ୍ତି। ଏବେ ପୁଣି କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ଏକ ନୂଆ ଯୋଜନା। ଏହି ଯୋଜନାରେ ଭାଗ ନେଇ ଆପଣ ରୋଜଗାର କରିପାରିବେ ହଜାର ହଜାର ଟଙ୍କା। ଜାଣନ୍ତୁ କିପରି ଭାବେ ଏହି ଯୋଜନାରୁ ଉପକୃତ ହୋଇପାରିବେ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ଏକ ନୂଆ ଯୋଜନା। ଯେଉଁଥିରେ ଆପଣ ଘରେ ବସି ରୋଜଗାର କରିପାରିବେ ହଜାର ହଜାର ଟଙ୍କା। ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ମୋଦି ସରକାର ଏକ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରିଛନ୍ତି । ଏଥିରେ ଭାଗ ନେଇ ଆପଣ ଜିତିପାରିବେ ୩୧ ହଜାର ଟଙ୍କା। ଏଥିରେ ଭାଗନେଇଥିବା ବ୍ୟକ୍ତିଙ୍କୁ ମାତ୍ର ୧୦ଟି ପ୍ରଶ୍ନର ସଠିକ ଉତ୍ତର ଦେବାକୁ ପଡିବ। ଯଦି ଆପଣ ସଠିକ ଭାବରେ ସବୁ ପ୍ରଶ୍ନର ଉତ୍ତର ଦେବାରେ ସଫଳ ହେବେ ଏବଂ ପ୍ରଥମ ସ୍ଥାନ ଅଧିକାର କରିବେ ତେବେ ଆପଣଙ୍କୁ ୩୧ ହଜାର ଟଙ୍କା ପୁରସ୍କାର ମିଳିବ। ଠିକ ସେହିଭଳି ଦ୍ୱିତୀୟ ସ୍ଥାନ ଅଧିକାର କଲେ ୨୧ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିବିଶେଷଙ୍କୁ ୧୧ ହଜାର ଟଙ୍କା ଦେଇ ପୁରସ୍କୃତ କରାଯିବ୧ ଏହା ବ୍ୟତିତ ଏହି ପ୍ରତିଯୋଗିତାରେ ଯଦି କୌଣସି ବ୍ୟକ୍ତି ସନ୍ତୋଷଜନକ ପ୍ରଦର୍ଶନ କରିବାରେ ସଫଳ ହେଲା, ତେବେ ତାଙ୍କୁ ୫୧ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏହି ପ୍ରତିଯୋଗିତାରେ ଆବେଦନ କରିବାର ଶେଷ ତାରିଖ ୨୧ ଜୁନ ୨୦୧୮ ରହିଛି।

ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଏହି ପ୍ରତିଯୋଗିତାରେ କୁଇଜକୁ ଛାଡି ମୋଦି ସରକାରଙ୍କ ପାଇଁ ପେଣ୍ଟିଙ୍ଗ ଏବଂ ଟ୍ୟାଗ ଲାଇନ ଲେଖି ମଧ୍ୟ ଟଙ୍କା ଆୟ କରିପାରିବେ। ଏଥିରେ ଆପଣ ଏନବ୍ଲେମ ଡିଜାଇନିଂ, ଫିଲ୍ମ ଏବଂ ଫଟୋଗ୍ରାଫି ଭଳି ପ୍ରତିଭା ଦେଖାଇ ପୁରସ୍କାର ଜିତିପାରିବେ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଇଚ୍ଛୁକ ବ୍ୟକ୍ତି ଏହି ବିଷୟରେ ଅଧିକ ତଥ୍ୟ ପାଇଁ Mygov.inକୁ ଯାଇ ଜାଣିପାରିବେ।

ସମ୍ବନ୍ଧିତ ଖବର