ଯଦି ଆପଣଙ୍କ ବୟସ ୩୦ ପାଖାପାଖି ହେଲାଣି ତା’ହେଲେ ଆରମ୍ଭ କରି ଦିଅନ୍ତୁ ଏହି ୭ଟି କାମ, କୋଟିପତି ହେବା ସହ ସମାଧାନ ହେବ ଅନେକ ସମସ୍ୟା

ଆଜିଠୁ ଆରମ୍ଭ କରନ୍ତୁ ଏହି ୭ଟି କାର୍ଯ୍ୟ, କୋଟିପତି ବନିଯାଇ ପାରନ୍ତି

ଫାଇନାନ୍‌ସିଆଲ୍‌ ଏକ୍ସ୍‍ପର୍ଟ୍‌ଙ୍କ କହିବା ଅନୁସାରେ ଠିକ୍‌ ସମୟରେ ନିବେଶ (ଇନ୍‌ଭେଷ୍ଟ୍‍ମେଣ୍ଟ୍‌) କରିବା ଆରମ୍ଭ କରିଲେ ଭବିଷ୍ୟତରେ ଅଧିକ ଫାଇଦା ମିଳିଥାଏ। ଜାଣନ୍ତୁ କେମିତି ଆପଣ ସମୟ ଅନୁସାରେ ନିବେଶ କରି କୋଟିପତି ବନି ପାରିବେ ଓ କ’ଣ ସେହି ୭ଟି କାର୍ଯ୍ୟ, ଯାହା ୩୦ ବର୍ଷ ବୟସ ପାଖାପାଖି ଆରମ୍ଭ କରିଦେବା ଉଚିତ୍‌।

ଏମିତି ବନିବେ କୋଟିପତି

୨୫ ବର୍ଷ ବୟସରୁ ଯଦି ମାସକୁ ୧ ହଜାର ଟଙ୍କା ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବେ ଓ ଟଙ୍କା କେବେ ବି ବାହାର କରିବେ ନାହିଁ ତେବେ କମ୍ପାଉଣ୍ଡିଙ୍ଗ୍‌ ସ୍କିମ୍‌ ମାଧ୍ୟମରେ ସୁଧ ଉପରେ ସୁଧ ମିଳିବା ଯୋଗୁଁ ଲାଭ ଅଧିକ ହୋଇଥାଏ। ଠିକ୍‌ ସେହିପରି ୨୦୧୮ରୁ ବର୍ଷକୁ ୧୨ ହଜାର ଟଙ୍କା ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବା ଦ୍ୱାରା ଏହାର ସମୁଦାୟ ପରିମାଣ ୨,୬୪,୫୩୫ ଟଙ୍କା ହୋଇଯିବ, ଯାହା ୨୦୫୮ରେ ଯାହା ସୁଧ ଓ ମୁଳ ସହ ୧ କୋଟି ୫୩ ଲକ୍ଷ ୬୯୮୮ ଟଙ୍କା ହେବ। ସେଥିପାଇଁ ଆଜିଠୁ ହିଁ ଟଙ୍କା ଜମା କରିବା ଆରମ୍ଭ କରି ଦିଅନ୍ତୁ।

ଚିନ୍ତା କରନ୍ତୁ, ଘର କିଣିବା କ’ଣ ଜରୁରୀ କି?
ଋଣ ନେଇ ଘର କିଣିବା ଦ୍ୱାରା ଆପଣଙ୍କ ଭବିଷ୍ୟତ ଯୋଜନା ଉପରେ ବଡ ପ୍ରଭାବ ପଡ଼ିବ। ଚିନ୍ତା କରିି ଭବିଷ୍ୟତ ଯୋଜନା କରନ୍ତୁ।

ଇନ୍‌ସୁରାନ୍ସ୍‌ କରିବା କାହିଁକି ଜରୁରୀ?
ଯେହେତୁ ଜୀବନରେ କେତେବେଳେ କ’ଣ ଘଟିବ ତାହା ଜଣା ନଥାଏ, ସେଥିପାଇଁ ଭବିଷ୍ୟତ ଲାଗିି ଇନ୍‌ସୁରାନ୍ସ୍‌ କରିନେବା ଉଚିତ୍‌। ଲାଇଫ୍‌ ଇନ୍‌ସୁରାନ୍ସ୍‌ ସହ ହେଲ୍ଥ ଇନ୍‌ସୁରାନ୍ସ୍‌ ମଧ୍ୟ କରି ନିଅନ୍ତୁ। ଏହା ଆପଣ ଓ ଆପଣଙ୍କ ପରିବାର ପାଇଁ ନିତ୍ୟାନ୍ତ ଆବଶ୍ୟକ।

ଏମର୍‌ଜେନ୍ସି ଫଣ୍ଡ୍‌
ଆପଣଙ୍କୁ ୩ରୁ ୬ ମାସର ଖର୍ଚ୍ଚ ପାଇଁ ସର୍ବଦା ଏକ ଏମର୍‌ଜେନ୍ସି ବା ବିପଦ ଅବସ୍ଥା ପାଇଁ ପାଣ୍ଠି ପାଖରେ ରଖିବା ଉଚିତ୍‌। ଏହା ସହ ଯଦି କୌଣସି ଲୋନ୍‌ ନେଇଛନ୍ତି ତା’ହେଲେ ତା’ର ଇଏମ୍‌ଆଇ ମଧ୍ୟ ରଖିଦେବା ଉଚିତ୍‌।

ସବୁବେଳେ କମ୍ପାନି ବଦଳାନ୍ତୁ ନାହିଁ
ହୋଇପାରେ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ମଧ୍ୟ ଆପଣ ବହୁ ଚାକିରି ବଦଳାଇ ସାରିଥିବେ। କିନ୍ତୁ, ଯଦି ଆଜି ପର୍ଯ୍ୟନ୍ତ ଆପଣ ସେଟ୍‌ ହୋଇ ନାହାନ୍ତି ତ, ଠିକ୍‌ ସେ ଚିନ୍ତା କରନ୍ତୁ ଓ ନିଜକୁ ଯେମିତି ଖୁସି ମିଳିବା ସହ ଟଙ୍କା ମଧ୍ୟ ରୋଜଗାର ହେବ ସେହି କାର୍ଯ୍ୟ କରନ୍ତୁ।

ନିଜ ଉପରେ ଇନ୍‌ଭେଷ୍ଟ୍‍ କରନ୍ତୁ
ନିଜ ଉପରେ ଇନ୍‌ଭେଷ୍ଟ୍‍ କରି ଆପଣଙ୍କ ସ୍କିଲ୍‌ ବଢ଼ାନ୍ତୁ, ଯେଉଁଠି ଆପଣଙ୍କୁ ଆହୁରି ପ୍ରମୋସନ୍‌ ମିଳିବ ଓ ଟଙ୍କା ମଧ୍ୟ ଅଧିକ ରୋଜଗାର ହେବ। କିଛି ନୂଆ ତଥା ଭଲ ସ୍ଥାନକୁ ଭ୍ରମଣ କରି ଯାଆନ୍ତୁ, ଯେଉଁଠି ଆପଣଙ୍କ ମସ୍ତିଷ୍କ ଶାନ୍ତ ଓ ଫ୍ରେସ୍‌ ହେବ, ଏହା ଯୋଗୁଁ ଭଲ କାମ ଆପଣ କରିପାରିବେ।

କୌଣସି ପ୍ରକାର ଋଣ ରଖନ୍ତୁ ନାହିଁ
୩୦ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ପ୍ରକାର ଋଣ ବା ଧାରରୁ ମୁକ୍ତ ହେବା ଜରୁରୀ। ଯଦି ଆପଣ ପୂରା ଧାର ଶୁଝିପାରୁ ନାହାନ୍ତି ତା’ହେଲେ ଏହାକୁ କମ୍‌ କମ୍‌ କରି ଶୁଝନ୍ତୁ, ଯଦିଓ ସବୁ ପ୍ରକାରର ଋଣ କ୍ଷତିକାରକ ହୋଇନଥାଏ। ଯଦି ଆପଣ ବ୍ୟବସାୟ ପାଇଁ କିମ୍ବା ଘର ପାଇଁ ଋଣ ନେଇଛନ୍ତି ତା’ହେଲେ ଏହା ଲମ୍ବା ସମୟ ପାଇଁ ଥାଏ। ଏଥିରୁ କିଛି କ୍ଷତି ହୋଇନଥାଏ।

ସମ୍ବନ୍ଧିତ ଖବର