ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ଦେଖି ଡାକ୍ତରମାନେ ବି ଚକିତ ହୋଇଯାଇଥିଲେ।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ଶିଶୁଟି ସ୍ପ୍ଲାସ୍ ପ୍ୟାଡ ଯୋଗୁଁ ମସ୍ତିଷ୍କ ଖାଉଥିବା ଅମୋବା ସଂସ୍ପର୍ଶରେ ଆସିଥିଲା । ଏହି ଅମୋବା ନାକ କିମ୍ବା ପାଟି ଜରିଆରେ ପିଲାଟିର ମସ୍ତିଷ୍କରେ ପ୍ରବେଶ କରିଥିଲା। ଅମୋବା (ସୂକ୍ଷ୍ମ ଏକକୋଷୀ ଜୀବାଣୁ) ପ୍ରବେଶ କରିବାର ୬ ଦିନ ଭିତରେ ପିଲାଟିର ମୃତ୍ୟୁ ହୋଇ ଯାଇଥିଲା ।

କୁହାଯାଉଛି କି, ସର୍ବସାଧାରଣ ପାର୍କରେ ସ୍ପ୍ଲାସ୍ ପ୍ୟାଡରେ ଲାଗିଥିବା ସ୍ପ୍ରିଙ୍କଲର, ନୋଜଲ୍ ଓ ଅନ୍ୟାନ୍ୟ ପାଣି-ସ୍ପ୍ରେକୁ ଅନେକ ସମୟରେ ସଫା କରାଯାଇ ନଥାଏ। ଏହି କାରଣରୁ ସେଥିରେ ବ୍ରେନ୍ ଇଟିଙ୍ଗ ଅମୋବା ଜମା ହୋଇ ଯାଇଥାଏ । ଏହା ଲୋକଙ୍କୁ କ୍ଷତି ପହଞ୍ଚାଇଥାଏ ଫଳରେ ବ୍ରେନ୍ ଇଟିଙ୍ଗ ଅମୋବା ଯଦି କାନ ବା ପାଟି ଦେଇ ଶରୀରରେ ପ୍ରବେଶ କରେ, ତେବେ ତାହା ଜୀବନ ନେଇ ଯାଇଥା ଏ । ଏହି ବ୍ରେନ୍ ଇଟିଙ୍ଗ ଅମୋବାରେ ସଂକ୍ରମିତ ହେଉଥିବା ୯୫% ଲୋକଙ୍କର ମୃତ୍ୟୁ ହୋଇଥାଏ ।

ଶିଶୁର ଅସୁସ୍ଥତା ବିଷୟରେ ଜାଣିବା ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ। ଏହି ସମୟରେ, ଅର୍ଲିଙ୍ଗଟନ୍‌ର ସମସ୍ତ ସାର୍ବଜନୀନ ସ୍ପ୍ଲାସ୍ ପ୍ୟାଡ୍ ବନ୍ଦ କରି ଦିଆଯାଇଥିଲା | ଅଧିକାରୀମାନେ ସ୍ପ୍ଲାସ୍ ପ୍ୟାଡ୍ ପାଣିରେ ଅମୋବାର ଉପସ୍ଥିତି ନିଶ୍ଚିତ କରିଥିଲେ | ଡେପୁଟି ସିଟି ମ୍ୟାନେଜର ଲେମୁଏଲ କହିଛନ୍ତି ଯେ ସ୍ପ୍ଲାସ ପ୍ୟାଡକୁ ନିୟମିତ ସଫା କରିବାର ଅଭାବ ରହିଥିଲା। ଆମେ ରକ୍ଷଣାବେକ୍ଷଣ ମାନକ ପୂରା କରିପାରିଲୁ ନାହିଁ |