ନୂଆଦିଲ୍ଲୀ: ସମୟ ସମୟରେ ଛୋଟପିଲାମାନେ ବଡ଼ ଲୋକଙ୍କ ଭଳି ଘରର ଦାୟିତ୍ବ ନିଜ କାନ୍ଧକୁ ନେଇ ଥାଆନ୍ତି। ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ସାମ୍ନାକୁ ଆସିଥାଏ। ନିକଟରେ ଏକ୍ସ (ଟୁଇଟର)ରେ ଦୁଇଭାଇଙ୍କ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦୁଇଭାଇ ଖୁବଅଳ୍ପ ବୟସରେ ଅମୃତସରରେ ନିଜର ଏକ ଖାଦ୍ୟ ଠେଲା ଖୋଲିଛନ୍ତି।

Advertisment

ହତିନ୍ଦର ସିଂହ ନାମକ ଜଣେ ଏକ୍ସ (ଟୁଇଟର) ବ୍ୟବହାରକାରୀ  ଦୁଇଭାଇଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ପ୍ରଥମେ ଅମୃତସର ୱାର୍କିଙ୍ଗ ଟୁର୍ସ ଦ୍ବାରା ଇନଷ୍ଟାଗ୍ରାମରେ ସେୟାର କରାଯାଇFgMk। ଏହି ‌ପେଜ ଜଣେ ଫୁଡ଼ ବ୍ଲଗର ଦ୍ବାରା ଚଲାଯାଇଥାଏ।

ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଦୁଇଭାଇଙ୍କ ବୟସ ୧୬ରୁ ୧୮ବର୍ଷ ମଧ୍ୟରେ ହେବ। ଦୁଇଭାଇ ମିଶି ଅମୃତସରରେ ‘ଗୁରୁ କିରପା ଫୁଡ଼ ଷ୍ଟଲ’ ନାମରେ ଏକ ଫୁଡ଼ ଷ୍ଟଲ ଖୋଲିଛନ୍ତି। ଏହି ଷ୍ଟଲରେ ମାତ୍ର ୨୦ଟଙ୍କାରେ ଦହିଭାତ ଓ ୧୫ ଟଙ୍କାରେ ପିଜ୍ଜା କୁଲଚା ମିଳିଥାଏ। ବଡ଼ଭାଇ ଫୁଡ଼ ବ୍ଲଗରଙ୍କୁ ନିଜର ନାମ ଇର୍ଶବଜିତ ସିଂହ ବୋଲି କହିଥିବା ବେଳେ ସାନ ଭାଇ ନିଜର ନାମ ସଞ୍ଜିତ ବୋଲି ଜଣାଇଥିଲେ।

ଇର୍ଶବଜିତ ଓ ସଞ୍ଜିତ ଦୁଇଭାଇ କହିଛନ୍ତି, ‘ସେମାନେ ସକାଳୁ ଉଠି ନିଜ କାମ ସାରି ୧୦ଟାରେ ସ୍କୁଲ ଯାଇଥାଆନ୍ତି। ସ୍କୁଲରୁ ୪ଟାରେ ଫେରି ଆସନ୍ତି। ଏହାପରେ କ୍ଳାନ୍ତ ଲାଗୁଥିବା ସତ୍ତ୍ବେ କିଛି ଟଙ୍କା ରୋଜଗାର ପାଇଁ ପୁଣି ନିଜର ବ୍ୟବସାୟ ଚାଲୁ କରନ୍ତି।  ରାତି ୧୧ଟା ପରେ ଘରକୁ ଫେରି ସ୍କୁଲରେ ଦିଆଯାଇଥିବା ପାଠ ଶେଷ କରି ଖାଇପିଇ ଶୋଇ ଥାଆନ୍ତି। ଏମିତି କଟେ ତାଙ୍କର ପ୍ରତିଦିନର ଜୀବନ।’