ପୁଅ ସହ ରୋମାଣ୍ଟିକ୍‌ ଭିଡିଓ ବନାଉଥିବା ରଚନା ତ୍ବଚାକୁ ନେଇ ଟ୍ରୋଲ୍ ହେଲେ, ଜବାବ ଦେଇ କହିଲେ...

ପୁଅ ସହ ରୋମାଣ୍ଟିକ୍‌ ଭିଡିଓ ବନାଉଥିବା ରଚନା ତ୍ବଚାକୁ ନେଇ ଟ୍ରୋଲ୍ ହେଲେ, ଜବାବ ଦେଇ କହିଲେ...

www.aajtak.in

ନୂଆଦିଲ୍ଳୀ: କିଛି ଦିନ ତଳେ ଆ‌ମେ ଏକ ଖବର ପରିବେଷଣ କରିଥିଲୁ। ସୋସିଆଲ୍‌ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିବାକୁ ମିଳୁଥିବା ବେଳେ ଜଣେ ମାଆଙ୍କର ତାଙ୍କ ପୁଅଙ୍କ ସହ ଯୁଗଳବନ୍ଦୀ ଭିଡିଓକୁ କିନ୍ତୁ ଲୋକ ଆଦୌ ବି ପସନ୍ଦ କରୁ ନଥିଲେ। ଏପରିକି ମହିଳାଙ୍କୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଖୁବ୍ ଗାଳିଗୁଲଜ ବି କରୁଥିଲେ। ମହିଳା ଜଣକ ନିଜ ପୁଅକୁ ଚୁମ୍ବନ ଦେଇ, ଆଲିଙ୍ଗନ କରି ଭିଡିଓ ବନାଉଥିବା ବେଳେ ଏହା ଆମ ଭାରତୀୟ ସଂସ୍କୃତି ନୁହେଁ ବୋଲି କହି କଡ଼ା ନିନ୍ଦା କରୁଥିଲେ ବ୍ୟବହାରକାରୀ। ଟ୍ରୋଲରେ ବ୍ୟତିବ୍ୟସ୍ତ ହୋଇ ସେ ଇନଷ୍ଟାଗ୍ରାମର କମେଣ୍ଟ୍ ଅପସନକୁ ବନ୍ଦ କରିଦେଇଥିଲେ।

publive-image www.google.com

ଏବେ ନିକଟରେ ବି  ଏଭଳି ଏକ ଭିଡିଓକୁ ନେଇ ମହିଳା ଜଣକ ଚର୍ଚ୍ଚାରେ ରହିଛନ୍ତି। ତେବେ ସେ ଏଥର କିନ୍ତୁ ବ୍ୟବହାରକାରୀଙ୍କ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ମହିଳାଙ୍କ ନାମ ରଚନା। ସେ ତାଙ୍କ ପୁଅ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଅନେକ ଭିଡିଓ ଅପ୍‌‌ଲୋଡ୍‌ କରିଛନ୍ତି। ନିକଟରେ ସେ ଏକ ପଞ୍ଜାବୀ ଗୀତରେ ନୃତ୍ୟ ପ୍ରଦର୍ଶନ କରି ଭିଡିଓ ଅପ୍‌ଲୋଡ୍‌ କରିଥିଲେ।

ଭିଡିଓଟିକୁ ଦେଖିବା ପରେ ରଚନାଙ୍କୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଥିଲେ। ଭିଡିଓରେ ରଚନା ଗୋରା ଦିଶୁ ନଥିବାରୁ ବ୍ୟବହାରକାରୀ କହିବା ଆରମ୍ଭ କରି ଦେଇଥିଲେ ଯେ ‘ଇଏ ତାହା‌ଲେ ତୁମ ବାସ୍ତବ ଚେହେରା, ବିନା ଫିଲ୍‌ଟର୍‌ରେ?’ ଯାହାର ଉତ୍ତରରେ ରଚନା କହିଛନ୍ତି, ‘‌ମୋ ଶରୀରର ରଂଗର ଗୋରା। ଜାଣେନା କଳା କିପରି ଦିଶୁଛି ଏହି ଭିଡିଓରେ?’ ଆପଣ ହୁଏତ ଜାଣିଥିବେ ଯେ ରଚନାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୨ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ନିକଟରେ ସେ ନିଜର ଏକ ୟୁଟ୍ୟୁବ୍ ଚାନେଲ୍ ମଧ୍ୟ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe