ନୂଆଦଲ୍ଲୀ: ଗତକାଲି ଦିପହରରେ ବିକାଶପୁରୀର ଫ୍ଲାଇଓଭରରେ ଏକ ଦୁର୍ଘଟଣା ଘଟିଥିଲା। ସେଥିରେ ଜଣେ ଯୁବତୀ ମୋଟର ସାଇକେଲରୁ ଫ୍ଲାଇ ଓଭର ତଳକୁ ପଡ଼ିଗଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଏହି ଦୁର୍ଘଟଣାରେ ଯୁବତୀଙ୍କର ଜୀବନ ରକ୍ଷା ହୋଇଯାଇଛି। ପୁଲିସର ସୂଚନା ଅନୁଯାୟୀ ଆହତ ଯୁବତୀଙ୍କର ହାତର ହାଡ଼ ଭାଙ୍ଗିଯାଇଛି। ଅନ୍ୟ କିଛି ଅନିଷ୍ଟ ହୋଇ ନାହିଁ ତାଙ୍କର।
ପୀଡ଼ିତା ଯୁବତୀ ଜଣକ ନିଜର ଜଣେ ମହିଳା ଓ ପୁରୁଷ ସାଙ୍ଗଙ୍କ ସହିତ ମୋଟର ସାଇକେଲରେ ଜନକପୁରୀ ଆଡ଼କୁ ଯାଉଥିଲେ। ଏହି ତିନି ଜଣ ବିକାଶପୁରୀ ଫ୍ଲାଇଓଭର୍ ଉପରେ ଯାଉଥିବା ବେଳେ ସେମାନଙ୍କୁ ପଛପଟୁ ଏକ ଅଜ୍ଞାତ ମୋଟର ସାଇକେଲ ଧକ୍କା ଦେଇଥିଲା। ଏହାପରେ ମୋଟର ସାଇକେଲ୍ଟି ସନ୍ତୁଳନ ହରାଇଥିଲା ଓ ପୀଡ଼ିତାଜଣକ ଫ୍ଲାଇଓଭର୍ରୁ ଖସି ତଳେ ଥିବା ଏକ କାର ପାଖରେ ପଡ଼ିଥିଲେ।
ପୁଲିସ ଖବର ପାଇବା ପରେ ଆହତ ଯୁବତୀଙ୍କୁ ନିକଟସ୍ଥ ଡିଡିୟୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା। ପୁଲିସ ପକ୍ଷରୁ କୁହାଯାଇଛି ଯେ ଯୁବତୀଙ୍କର ଡାହାଣ ହାତର ହାଡ଼ ଭାଙ୍ଗିଯାଇଛି। ଏହି ଦୁର୍ଘଟଣା ଦିପହର ୨ଟା ବେଳେ ହୋଇଥିଲା। ଆହତ ଯୁବତୀଙ୍କ ନାଆଁ ହେଲା ସପ୍ନା।ତାଙ୍କର ବୟସ ୨୦ ବର୍ଷ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Women-Fell-Down-from-Flyover-Survived_Thumbnail.jpg)