ଦେହର କେଉଁ ଅଙ୍ଗ ଡେଇଁଲେ ଭବିଷ୍ୟତରେ କ’ଣ ଘଟିବ ଜାଣନ୍ତୁ

ସମୁଦ୍ର ଶାସ୍ତ୍ର କହେ, ଆମ ଶରୀରର ବିଭିନ୍ନ ଅଂଶ ଅତି ସ୍ପର୍ଶ କାତର। ଆଖି ଡେଇଁବା ପରି ବେଳେ ବେଳେ ଶରୀରର ବିଭିନ୍ନ ଅଂଶରେ ଥିବା ମାଂସପେଶୀ ମଧ୍ୟ ଡେଇଁଥାଏ। ତିଳେ ମାତ୍ର ସୂଚନାରୁ ମସ୍ତିଷ୍କ କ’ଣ ଜଣାଇବାକୁ ଚାହୁଁଛି ଧରି ପାରିବା ସହ ଭବିଷ୍ୟତରେ କ’ଣ ଘଟିବାକୁ ଯାଉଛି ଏହି ଡେଇଁବା ମାଧ୍ୟମରେ ତା’ର ସୂଚନା ମିଳିଥାଏ।

ଦେହର ବାମ ପଟ: ଯଦି ପୁରୁଷଙ୍କ ଶରୀରର ବାମ ପାର୍ଶ୍ୱ ଲଗାତର ଡେଇଁଲା, ଜାଣ କିଛି ଅଘଟଣ ଘଟିବାକୁ ଯାଉଛି। ପରିବାରରେ କେହି ମରନ୍ତୁ ବା ଚାକିରି ଚାଲିଯାଉ- ଏଭଳି ଖବର ମିଳିପାରେ।

ଦେହର ଡାହଣ ପାଖ: ଦେହର ଡାହାଣ ପାଖ ଡେଇଁଲେ ସୁସମ୍ବାଦ ମିଳିଥାଏ।

ନାରୀମାନଙ୍କ କ୍ଷେତ୍ରରେ ଏ ଦୁଇ ଲକ୍ଷଣ ଓଲଟା ଫଳ ଦେଇଥାଏ।

କପାଳ: କପାଳ ଡେଇଁଲେ ଖୁବ୍‌ ଶୀଘ୍ର କିଛି ପାର୍ଥିବ ସୁଖ ପ୍ରାପ୍ତ ହେବାର ସୂଚନା ମିଳେ। ଯଦି ଲଗାତର କପାଳ ଡେଇଁଲା ଜାଣ ତୁରନ୍ତ ଅର୍ଥପ୍ରାପ୍ତି ଯୋଗ ଅଛି।

ଆଖି: ବାମ ଆଖି ଡେଇଁଲେ ସୁଖବର ମିଳିବ। ଡାହଣ ଆଖି ଡେଇଁବା ସବୁ ସ୍ୱପ୍ନ ପୂରଣ ହେବାର ସୂଚନା। କିନ୍ତୁ, ଯଦି ଡାହାଣ ଆଖି ଦୀର୍ଘ ସମୟ ଧରି ଲଗାତର ଡେଇଁ ଚାଲିଲା, ଜାଣ ଦୁଃସାଧ୍ୟ ରୋଗରେ ପଡ଼ିବ। ତେଣୁ ତୁରନ୍ତ ଚେକ୍‌ ଅପ୍‌ କରାଇ ନେବା ଉଚିତ।

ଗାଲ: ଯଦି ଉଭୟ ପଟ ଗାଲ ଲଗାତର ଡେଇଁଲା, ଜାଣ ବିପୁଳ ଅର୍ଥପ୍ରାପ୍ତି ହେବ। ଏହା କ୍ୱଚିତ୍‌ ଘଟେ; ଯଦି ଘଟେ ମଙ୍ଗଳ ହୁଏ।

ଓଠ: କଥା କହିବା ବେଳେ ଯଦି ଓଠ ଡେଇଁବାର ଅର୍ଥ ଜୀବନରେ ବହୁ ବନ୍ଧୁ ପ୍ରାପ୍ତି ହେବ। କାର୍ଯ୍ୟକ୍ଷେତ୍ରରେ ବନ୍ଧୁ ମିଳି ପାରନ୍ତି ବା ପୁରୁଣା ବନ୍ଧୁମାନଙ୍କ ସହ ପୁଣି ଯୋଗସୂତ୍ର ହୋଇ ପାରେ।

କାନ୍ଧ: କଦବା କ୍ୱଚିତ ଡାହାଣ କାନ୍ଧ ଡେଇଁଲେ ଜଲ୍‌ଦି ଆର୍ଥିକ ସ୍ୱାଧୀନତା ମିଳିବ ବୋଲି ଭାବ। ନୂଆ ଚାକିରି ବା ପଦୋନ୍ନତି ମିଳିପାରେ। ଦରିଆପାରି ମଧ୍ୟ ଯାଇ ପାରନ୍ତି।

ବାମ କାନ୍ଧ: ଉଭୟ କାନ୍ଧ ଡେଇଁଲେ ଦେହ ଭଲ ହୋଇଯିବ। କିନ୍ତୁ, ଉଭୟ କାନ୍ଧ ଡେଇଁବା ଲଢ଼େଇର ସମ୍ମୁଖୀନ ହେବାର ସୂଚନା। ଏହା ମାଲିମକଦ୍ଦମା ମଧ୍ୟ ହୋଇ ପାରେ। ଦେହ ଖରପ ହେବାର ଏହା ସୂଚନା ବି ହୋଇପାରେ।

ପାପୁଲି: ବେଶୀ ସମୟ ପାପୁଲି ଡେଇଁବା ବଡ଼ ସମସ୍ୟାରେ ପଡ଼ିବାର ସୂଚନା। ଏହା ଶତପ୍ରତିଶତ ସତ୍ୟ ନ ହେଲେ ବି ସତର୍କ ରହିବା ଆବଶ୍ୟକ।
ଆଙ୍ଗୁଠି: ଆଙ୍ଗୁଠି ଡେଇଁଲେ ଖୁବ୍‌ ଶୀଘ୍ର ପୁରୁଣା ସାଙ୍ଗ କି, ପ୍ରେମିକ/ପ୍ରେମିକାଙ୍କୁ ଭେଟି ପାରନ୍ତି। ପୁଣି ଉଭୟ ଏକତ୍ର ହୋଇ ପାରନ୍ତି।

ଡାହାଣ କହୁଣୀ: ଡାହାଣ କହୁଣୀ ଡେଇଁବା ଅର୍ଥ ମାଡ଼ପିଟ୍‌ରେ ସମ୍ମୁଖୀନ ହେବ। ଯଦି ଏ ଭଳି ସମସ୍ୟାର ଦେଖାଦିଏ ତେବେ ତାହାକୁ ଯଥା ସମ୍ଭବ ଏଡ଼ାଇବାକୁ ଚେଷ୍ଟା କରନ୍ତୁ। ନଚେତ ବନ୍ଧୁହାନି ଘଟିପାରେ।

ବାମ କହୁଣୀ: ଯଦି ବାମ କହୁଣୀ ଡିଏଁ, ତାହେଲେ ସମାଜରୁ ଖୁବ୍‌ ଶୀଘ୍ର ସମ୍ମାନ ପାଇବେ। ଲୋକେ ଆପଣଙ୍କୁ ନେତା ବୋଲି ଭାବିବେ ଓ ଆପଣ ରାଜନୀତିରେ ଯୋଗ ଦେଇ ପାରନ୍ତି।

ପିଠି: ପଠି ଡେଇଁବା ଶୁଭ ଲକ୍ଷଣ ନୁହେଁ। ଆଗକୁ ଗୋଟାଏ ବଡ଼ ସଂଗ୍ରାମ ଅଛି ବୋଲି ଏଥିରୁ ବୁଝି ହୁଏ। ତାହା ଆର୍ଥିକ, ଆବେଗିକ ଓ ଶାରୀରିକ ହୋଇ ପାରେ। ସତର୍କ ରୁହନ୍ତୁ।

ଜଙ୍ଘ: ଡାହାଣ ଜଙ୍ଘ ଡେଇଁବା ଅର୍ଥ ହେଲା ଆପଣା କଲା କର୍ମ ପାଇଁ ସମାଜରେ ଲଜ୍ଜିତ ହୋଇ ପାରନ୍ତି। ବାମ ଜଙ୍ଘ ଡେଇଁଲେ ସ୍ୱାସ୍ଥ୍ୟ ଉନ୍ନତ ହେବ।

ସମ୍ବନ୍ଧିତ ଖବର