ଭିନ୍ନ ପାପ ପାଇଁ ଭିନ୍ନ ଜନ୍ମ: ଆପଣ ଏ ଜନ୍ମରେ କରିଥିବା ଏହି ପାପ ପାଇଁ ପରଜନ୍ମରେ ହୋଇପାରନ୍ତି ଏହି ଜୀବ

ସବୁ ପୂଣ୍ୟର ଯେପରି ଫଳାଫଳ ରହିଛି ସବୁ ପାପର ସେପରି ପରିଣାମ ରହିଛି। ଅଧିକାଂଶ ଲୋକ ପାପର ପରିଣାମ ବିଷୟରେ ଚିନ୍ତା ନକରି ମନ ଇଚ୍ଛା ପାପ କାମ କରି ଚାଲନ୍ତି। ମାତ୍ର ମନେ ରଖନ୍ତୁ ପାପର ଫଳାଫଳ ଗୋଟାଏ ଜନ୍ମରେ ସରେ ନାହିଁ। ଏହା ଜନ୍ମଜନ୍ମାନ୍ତରର। ଏକଥା ଆମେ କହୁନାହୁଁ, ମହର୍ଷି ବ୍ୟାସ ଦେବ ଏ ସଂପର୍କରେ ସୂଚନା ଦେଇଛନ୍ତି। ତେବେ ଚାଲନ୍ତୁ ଜାଣିବା କେଉଁ ପାପ କଲେ ପର ଜନ୍ମରେ କିପରି ପରିଣାମ ଭୋଗିବାକୁ ପଡ଼ିଥାଏ ବୋଲି ମହର୍ଷି ସୂଚୀତ କରିଛନ୍ତି।

ବେଦ ବ୍ୟାସ ତାଙ୍କ ଜୀବନରେ ଅନେକ ପୁରାଣ ଓ ବେଦ ରଚନା କରିଛନ୍ତି। ମହର୍ଷି ବ୍ୟାସଙ୍କ କହିବା ଅନୁସାରେ ଗୋଟାଏ ଆତ୍ମା ୮୪୦୦୦ ଥର ପୃଥିବୀପୃଷ୍ଟରେ ଜନ୍ମଗ୍ରହଣ କରିଥାଏ। ବ୍ୟାସଙ୍କ ତର୍କ ହେଲା ମଣିଷ ଜନ୍ମରେ ଅର୍ଜିଥିବା ପାପ ଓ ପୂଣ୍ୟ ଜରିଆରେ ହିଁ ପରଜନ୍ମରେ ଆତ୍ମା କେଉଁ ଜନ୍ମ ପାଇବ ନିର୍ଦ୍ଧାରିତ ହୋଇଥାଏ। ଆପଣଙ୍କ କର୍ମଫଳ ହିଁ ସ୍ଥିତ କରିବ ଆପଣ ପର ଜନ୍ମରେ ପୁଣି ମଣିଷ ହେବେ କି ଆଉ କୌଣସି ପ୍ରାଣୀ।

ଗରୁଡ଼ ପୁରାଣରେ ଉଲ୍ଲେଖ କରାଯାଇଛି ଯେ ମଣିଷ ଜନ୍ମ ନେବା ବେଳେ ଶିଶୁଟି ୯ ମାସ ପେଟରେ ରହିବା ବେଳେ ସଂସାରକୁ ଆସିଲେ ପୂଣ୍ୟ କରିବା ପାଇଁ ଭଗବାନଙ୍କ ନିକଟରେ ଶପଥ ନେଇଥାଏ। ମାତ୍ର ବାହାରକୁ ଆସିବା ପରେ ସେ ଶପଥ ଆପେ ଭୁଲିଯାଇ ପାପ କାର୍ଯ୍ୟରେ ନିଜକୁ ନିୟୋଜିତ କରେ।

ଚୋରି, ହତ୍ୟା, କାହାକୁ କଷ୍ଟ ଦେବା ଆଦି ଭିନ୍ନ ଧରଣର ପାପ ପାଇଁ ଫଳାଫଳ ଭିନ୍ନ ନିର୍ଦ୍ଧାରିତ। ଯେଉଁମାନେ ମହିଳାମାନଙ୍କ ସହ ବଳପୂର୍ବକ ସଂପର୍କ ସ୍ଥାପନ ପାପ କରିଥାନ୍ତି ବ୍ୟାସଙ୍କ ଅନୁସାରେ ସେମାନେ ପର ଜନ୍ମରେ ଗଧିଆ, ଶିଆଳ, ସାପ କିମ୍ବା ଶାଗୁଣା ଜନ୍ମ ପାଇଥାନ୍ତି। ଗୁରୁଜନମାନଙ୍କୁ ଅସମ୍ମାନ କରିଥିଲେ ପର ଜନ୍ମରେ କୁଆ ଜନ୍ମ ପାଇବା ଥୟ। ଚୋରମାନେ ପର ଜନ୍ମରେ ପାରା ଜନ୍ମ ପାଇଥାନ୍ତି ବୋଲି ଉଲ୍ଲେଖିତ। କାହାର ସ୍ୱାଧୀନତା ଛଡ଼ାଇ ନେବା ପରି ପାପ କରିଥିଲେ ପର ଜନ୍ମରେ ଶୁଆ ଜନ୍ମ ମିଳିଥାଏ। ହତ୍ୟା କରିଥିବା ଲୋକ ପରବର୍ତ୍ତୀ ଜନ୍ମରେ ଗଧ ଜନ୍ମ ପାଇଥାନ୍ତି ବୋଲି ପୁରାଣରେ ଉଲ୍ଳେଖ କରାଯାଇଛି।

ସମ୍ବନ୍ଧିତ ଖବର